ଧୂମାଭଟା ବୀଣାପାଣି ଡ୍ରିଗ୍ରୀ କଳେଜରେ ଛାତ୍ରଛାତ୍ରୀଙ୍କ ଧାରଣ, ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

0 200

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଧୂମାଭଟା ବୀଣାପାଣି ଡିଗ୍ରୀ କଲେଜରେ ବେଆଇନ ଭାବେ ଛାତ୍ରଛାତ୍ରୀମାନଙ୍କ ଠାରୁ ନାମ ଲେଖା ଓ ଫର୍ମ ଫିଲପ ପାଇଁ ଅଧିକ ଫି ଆଦୟ ହେତୁ ଏହାକୁ ବିରୋଧ କରି ଉକ୍ତ କଲେଜର ଯୁକ୍ତ ଦୁଇ ଓ ତିନିର ପ୍ରଥମ ବର୍ଷ ଛାତ୍ର ଛାତ୍ରୀମାନେ କଲେଜ ମୁଖ୍ୟ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ । ସରକାରୀ ଧାର୍ଯ୍ୟ ଠାରୁ ଅଧିକ ୮ – ୧୦ ହଜାର ଟଙ୍କା ନାମ ଲେଖା ଫି ନେଉ ଥିବାରୁ ତାହାକୁ କମ କରିବା , କଲେଜ ବସର ସୁବିଧା ,ଲାଇବ୍ରେରୀ ଫିଜ ନେଉଥିଲେ ମଧ୍ୟ ବହି ମିଳୁନଥିବା, କଲେଜ ମୁଖ୍ୟ ଗେଟରେ କଲେଜର ନାମ ଲେଖିବା ,ପରିଶ୍ରା ଗାର ନିର୍ମାଣ ଆଦି ଦାବିନେଇ ଧାରଣା ଦେବା ସହ ଗ୍ରାମ ପରିକ୍ରମା କରିଥିଲେ । ପାଟଣାଗଡ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ ଧାରଣା ସ୍ଥଳରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରି ନାମ ଲେଖା ଫି କମକରିବା ସହ ଅନ୍ୟ ଦାବି ପୂରଣ କରିବା ପ୍ରତିଶ୍ରୁତି ଦେବା ସହ ଦାବିପତ୍ର ଗ୍ରହଣ କରିଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ ବନମାଳୀ ନାଏକ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହ ତାଙ୍କ ଦାବି ପୂରଣ ପାଇଁ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ କଲେଜ ପ୍ରନ୍ସିପାଲ ଦେର୍ବାଚନ ନାଗ ଙ୍କୁ ପଚାରାଯିବାରୁ ଛାତ୍ର ଛାତ୍ରୀଙ୍କ ଯେପରି ସୁବିଧା ହେବ ସେନେଇ ପଦକ୍ଷେପ ଗ୍ରହଣ କରିବା ବୋଲି କହିଥିଲେ । ଧାରଣା ସ୍ଥଳକୁ ବେଲପଡା ପୁଲିସ ପହଞ୍ଚିଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =