ଖପ୍ରାଖୋଲରେ ବହୁ ମୁଖି ସ୍ୱାସ୍ଥ୍ୟ କର୍ମୀ ମହାସଂଘ ତରଫରୁ ପାଞ୍ଚ ଦଫା ଦାବି ପତ୍ର ପ୍ରଦାନ

0 57

ଖପ୍ରାଖୋଲ: ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଓଡ଼ିଶା ରାଜ୍ୟ ମହିଳା ଓ ପୁରୁଷ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ତରଫରୁ ଏକ ବୈଠକ ଶନିବାର ଅନୁଷ୍ଟିତ ହୋଇଥିଲା । ସଂଘ ତରଫରୁ ରାଜ୍ୟ ନେତୃବୃନ୍ଦଙ୍କ ଅନୁସାରେ ଏକ ପାଞ୍ଚ ଦଫା ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଦ୍ଦେଶ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ସୁରଜ କୁମାର ଦୀପଙ୍କୁ ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ କ୍ୟାଡ଼ର ଗଠନ ସହ ୪ ଟି ପଦୋନ୍ନତି ପ୍ରଦାନ , ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗ୍ରେଡ ପେ ଆର୍‌ଏସିପି ଅନୁସାରେ ପ୍ରଦାନ କରାଯାଉ, ୬ ଟି ଇନକ୍ରିମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯାଉ, ବହୁମୁଖି ସ୍ୱାସ୍ଥ୍ୟ କର୍ମୀ ଓ ବହୁମୁଖି ସ୍ୱାସ୍ଥ୍ୟ ପରିଦର୍ଶକ ପଦବୀର ନାମ ପରିବର୍ତ୍ତନ କରାଯାଉ ଓ ପୋଷାକ ଭତ୍ତା ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ । ଦାବି ଗୁଡ଼ିକ ପୂରଣ କରାନଗଲେ ଆଗାମୀ ୧୪ ତାରିଖ ରୁ ଅସହଯୋଗ ଆନ୍ଦୋଳନ ସହ ୨୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂଘ ତରଫରୁ ବିନୟ କୁମାର ପଣ୍ଡା, ବିନତି ପ୍ରଧାନ, ଗୀତାଞ୍ଜଳୀ ପଟେଲ, ରଖି ଭୋଇ, ସୁଶିଲ କୁମାର ନାଗ, ବନ୍ଦିତା ଶତପଥୀ, କଳ୍ପନା ମେହେର, ରଞ୍ଜନ ମେହେର, ଦୁର୍ଯ୍ୟୋଧନ ସାହୁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − seventeen =