ଅମଲାଙ୍କ ମିଶନ ୪୨୦୦, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

0 107

ବଲାଙ୍ଗିର : ସବୁ ବର୍ଗର କର୍ମଚାରୀଙ୍କ ଦରମା ବଢିଲା । କିନ୍ତୁ ଜିଲ୍ଲା ଅମଲାଙ୍କ ଦରମା ବଢି ନାହିଁ ।ଯଦିଓ ୨୦୧୭ ମସିହାରୁ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ହୋଇଛି ତଥାପି ବେତନ ସମୀକରଣ ବଦଳି ନାହିଁ । ଏଣୁ ଜିଲ୍ଲା ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଯୁକ୍ତିଯୁକ୍ତ ଦାବୀ ପୂରଣ ନ ହେଲେ ମିଶନ୍‌ ୪୨୦୦ ହାସଲ ପାଇଁ ଲଢେଇ ଧର୍ମଘଟ ପାଇଁ ବାଧ୍ୟ ହେବେ ବୋଲି ସଂଘର ମୁଖ୍ୟ ପୃଷ୍ଠପୋଷକ ଶତୃଘ୍ନ ପାଣିଗ୍ରାହୀ,ଉପଦେଷ୍ଠା ହରିବନ୍ଧୁ ପାଣି, ଘନଶ୍ୟାମ ଡାଙ୍ଗ ପ୍ରମୁଖ କହିଛନ୍ତି । ସରକାରଙ୍କ ଲୋକପ୍ରିୟ ଯୋଜନା କାର୍ଯ୍ୟାନ୍ୱୟନରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଶୃଙ୍ଖଳିତ ଅମଲାଙ୍କ ଯୁକ୍ତିଯୁକ୍ତ ଦାବୀ ଗ୍ରହଣ କରିବା ଉଚିତ୍‌ ବୋଲି ସଂଘ ସଭାପତି ଅନନ୍ତ ନାରାୟଣ ପାଣିଗ୍ରାହୀ, ଅଧକ୍ଷ ବିରେନ୍ଦ୍ର ବନଛୋର, କାର୍ଯ୍ୟାକାରୀ ସଭାପତି ପ୍ରଦୀପ କୁମାର ଭୋଇ ମତ ପ୍ରକାଶ କରିଛନ୍ତି । ଆସନ୍ତା ୨୭ରେ ରାଜଧାନୀ ଭୁବନେଶ୍ୱର ଠାରେ ରାଜ୍ୟର ହଜାର ହଜାର ଅମଲା ଏକତ୍ରିତ ହୋଇ ହକ୍‌ ମାଗିବେ ବୋଲି ସୂଚନା ଦିଆଯାଇଛି । ଦୁର୍ଗାଶକ୍ତି କୁମାର, ଶ୍ରୀନିବାସ ମିଶ୍ର, ଡଲି ସାହୁ,ପ୍ରଦୀପ ମିଶ୍ର, କଲ୍ୟାଣ ଉଦଗତା, ଅର୍ଜୁନ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲାର ଟିଟିଲାଗଡ, କଂଟାବାଞ୍ଜି, ବଙ୍ଗୋମୁଣ୍ଡା, ଖପ୍ରାଖୋଲ,ଲାଠୋର ଇତ୍ୟାଦି ଅଞ୍ଚଳରୁ ଶତାଧିକ ଅମଲା ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × five =