ଘୁ.ଉଦୟଗିରି ଏନ୍‌ଏସି କାଉନସିଲର ବୈଠକ,ସ୍ୱାଧୀନତା ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ନିମିତ୍ତ ଆଲୋଚନା

0 71

ଘୁ.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା, ସମସ୍ତ ୱାର୍ଡ଼ କାଉନସିଲର, ଏବଂ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ବରିଷ୍ଠ ସହାୟକ ସତ୍ୟପ୍ରକାଶ ମହାପାତ୍ର, ପଙ୍କଜ କୁମାର ବେହେରା, ସହକାରୀ ଯନ୍ତ୍ରୀ ସସ୍ମିତା ବେହେରା, ଏମଆଇଏସ ମୁକେଶ ରଞ୍ଜନ ନାୟକ, ସ୍ୱଚ୍ଛ ପରିମଳ କୋଡ଼ିନେଟର ଅଭିନାସ ପ୍ରଧାନ, ଟ୍ୟାକ୍ସ ଆଦାୟ ଅଧିକାର ଗଣେଶ ଜେନା ଉପସ୍ଥିତ ରହିଥିଲେ । ବୈଠକର ଆରମ୍ଭରେ ୬ ନମ୍ବର ୱାର୍ଡ କାଉନସିଲର ସ୍ୱର୍ଗତ ଲେକ୍‌ଚରର ବୁଲିଆନଙ୍କ ଅକାଳ ବିୟୋଗ ପରେ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସ୍ୱାଧୀନତା ଦିବସ ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ଆଲୋଚନା ହୋଇଥିଲା ଏବଂ ପୁରୁଣା ପରିମଳ ସାମଗ୍ରୀ ଗୁଡିକର ନିଲାମ କରାଯିବା, ପରିଷଦ ଅନ୍ତର୍ଗତ ଦୋକାନ ଗୃହ ଗୁଡ଼ିକର ମାସିକ ଭଡ଼ା ବୃଦ୍ଧି, ପରିମଳ କର୍ଯ୍ୟନିମିତ ଗାଡ଼ି ଗୁଡ଼ିକର ମରାମତି ସହ ରଙ୍ଗ କରିବା ସହ ପରିଷଦ ଅନ୍ତର୍ଗତ ସମସ୍ତ ଡ୍ରେନ ଗୁଡ଼ିକର ଠିକ୍‌ ରୂପେ ସଫେଇ କାର୍ଯ୍ୟ କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 × three =