ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ସ୍ନାନଯାତ୍ରା ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

0 64

ପୂରୀ : ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ବେଦିରେ ମହାର୍ଘ ଗଜାନନ ବା ହାତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ।ବେଶ ଦର୍ଶନ ପାଇଁ ବଡ ଦାଣ୍ଡରେ ଦେଖିବାକୁ ମିଳିଥି ଟାଲା ଲକ୍ଷ୍ ଳକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ।ସ୍ନାନ ପୂର୍ଣ୍ଣିମା ପାଇଁ ସୋମବାର ବିଳମ୍ବିତ ରାତ୍ରୀରେ ଶ୍ରୀମନ୍ଦିରରେ ଶ୍ରୀମୁଖ ଖଣ୍ଡୁଆ ପରେ ଦଇତାପତି ମାନଙ୍କ ଦ୍ଵାରା ବାହୁଟ କଣ୍ଟ ନୀତି ସମ୍ପାଦିତ ହୋଇଥିଲା।କୋଠ ସୁଆଁଶିଆ ମାନେ ଚାର ବାନ୍ଧିବା ପରେ ଦଇତା ପତି ମାନଙ୍କ ଦ୍ଵାରା ସେନାପଟା ଲାଗି କରାଜାଇଥିଲା।ମଙ୍ଗଳ ଆଳତୀ ଓ ବରୁଣ ପୂଜା ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜାପଣ୍ଡା ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ମୁଦିରସ୍ତ ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପତି ମହାପାତ୍ର ମଙ୍ଗଳାର୍ପଣ କରିଥିଲେ।ପରେ ଠାକୁର ମାନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା।ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ସ୍ନାନ ବେଦୀକୁ ବିଜେ କରିଥିଲେ। ସାତ ପାହଚ ନିକଟରେ ଠାକୁର ମାନଙ୍କୁ ଟାହିଆ ଲଗାଯାଇଥିଲା। ଘଣ୍ଟ ଘଣ୍ଟା ବାଦନ ମଧ୍ୟରେ ଦଇତାପତି ଓ ଅନ୍ୟାନ୍ୟ ସେବାୟତମାନେ ଠାକୁରଙ୍କୁ ପହଣ୍ଡି କରିଆଣି ସ୍ନାନ ବେଦୀ ରେ ବିଜେ କରାଇଥିଲେ। ଶୀତଳ। ଦେବୀଙ୍କ ମନ୍ଦିର ନିକଟରେ ଥିବା ସ୍ୱର୍ଣକୁପରୁ 108କୁମ୍ଭ ଗରା ଜଳ ଅଧିବାସ ଗୃହକୁ ଅଣାଯାଇ ରଖାଯାଇଥିଲା।କୁମ୍ଭ ଜଳରେ ଚନ୍ଦନ କର୍ପୂର କେଶର ଆଦି ମିଶ୍ରିତ କରାଯାଇ ତାହା ଉପରେ ନାରିକେଳ ସଂସ୍ଥାପନ ପୂର୍ବକ ବସ୍ତ୍ରରେ ଆଛାଦନ କରାଯାଇଥିଲା।ଅଧିବାସ ଗୃହରେ ଥିବା ଜଳକୁ ଷୋଡ଼ଶ ଉପଚାରରେ ପୂଜାକରି ସ୍ନାନବେଦୀକୁ ନିଆଯାଇଥିଲା।ଠାକୁର। ସ୍ନାନବେଦୀରେ ବିଜେ ପରେ ରୁନ୍ଧାବଢି ଦୈନ ଦିନ ନୀତି ମଙ୍ଗଳ ଆଳତି ମାଇଲମ୍ ତଡପଲାଗି ଶ୍ରୀମୁଖ ଧୋପଖା ଳ ଅବକାଶ ,ବେଶ, ରୋଷହୋମ,ସୂର୍ଯ୍ୟପୂଜା ଓ ଦ୍ଵାରପାଳ ପୂଜା ସମ୍ପନ୍ନ ହୋଇଥିଲା।ଜଳଛେକ ପୂଜା ଶେଷ ହେବା ପରେ ଶୁବାଶୀତ ଜଳ କୁମ୍ଭ ଗୁଡ଼ିକ ଛାତି ତ୍ରାସ ଓ ବିଜେ କାହାଳୀ ବାଦନ ମଧ୍ୟରେ ସ୍ନାନବେଦୀକୁ ସେବାୟମାନେ ଆଣିଥିଲେ ଶ୍ରୀଜଗନ୍ନାଥଙ୍କ ନିମନ୍ତେ35କୁମ୍ଭ,ବଳଭଦ୍ରଙ୍କ ନିମନ୍ତେ33 ଦେବୀ ସୁଭଦ୍ରାଙ୍କ ନିମନ୍ତେ22 ଓ ସୁଦର୍ଶନଙ୍କ ନିମନ୍ତେ18 କୁମ୍ଭ ଜଳ ସ୍ନାନ ବେଦିରେ ରଖାଯାଇଥିଲା।ବିଧି ପୂର୍ବକ ପୂଜା ବଢିବା ପରେ ମେକାପଙ୍କ ରୂପା ପୀଙ୍ଗଣ ରେ ଅଧିବାସ ଜଳକୁ ଢଳ। ଯାଇଥିଲା।ସେହି ଜଳକୁ ନେଇ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କୁ ଲାଗି କରିଥିଲେ।ଲକ୍ଷାଧିକ ଶ୍ରଦ୍ଧାଳୁ ବଡ ଦାଣ୍ଡରେ ଛିଡ଼ାହୋଇ ଏହି ପାବିତ ସ୍ନାନ ଦେଖିଥିଲେ।ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।ମାର୍ଜନା କାର୍ଯ୍ୟ ଶେଷ ପରେ ଠାକୁର ମାନଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଥିଲା।ରାଘବ ଦାସ ଓ ଗୋପାଳ ତୀର୍ଥ ମଠ ଏହି ବେଶ ପ୍ରସ୍ତୁତ କରିଥିଲେ।ବେଶକୁ ତାଟ ରେ ରଖାଯାଇ ବିଜେ କାହାଳୀ ବାଦନ ମଧ୍ୟରେ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଅଣା ଯାଇଥିଲା।ଭିତରଛୁ ତଳୁଛ ଦଇତାପତି ଖୁଣ୍ଟିଆ ପୁଷ୍ପାଳକ ଓ ମେକାପ ସେବାୟତ ମହାପ୍ରଭୁଙ୍କୁ ହାତୀ ବେଶରେ ସଜ୍ଜିତ କରିଥିଲେ।ମହାପ୍ରଭୁଙ୍କର ବେଶ ପରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହୋଇଥିଲା।ହାତୀବେଶ କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ସତାବ୍ଦିରେ ମହାରାଷ୍ଟ୍ରର ଗଣପତି ଭଟ୍ଟ ବ୍ରହ୍ମ ଦର୍ଶନ ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆସିଥିଲେ।ତେବେ ସ୍ନାନବେଦୀରେ ନିଜର ଆରାଧ୍ୟ ଦେବତା ଗଣେଶଙ୍କ ଦର୍ଶନରୁ ବଂଚିତ ହୋଇ ଫେରି ଯାଇଥିଲେ।ତେବେ ସେ ମୁକ୍ତେଶ୍ଵର ମନ୍ଦିର ନିକଟରେ ଅବସ୍ଥାନ କରିଥିବା ବେଲେଦେବ ବାଣୀ ହୋଇଥିଲା ଯେ ଗଣପତ୍ୟ ତୁମେ ଫେରିଯାଇ ପୁନଶ୍ଚ ମୋତେ ଦର୍ଶନ କର।ଗଣପତି ଫେରିଆସି ସ୍ନାନ ବେଦିରେ ଦେଖନ୍ତି ତ କଳା ଧଳା ହାତୀ ଦୁଇଟି ଶୁଣ୍ଢ ବିସ୍ତାର କରି ମହାପ୍ରସାଦ କୁଡୁଆ ରୁ ଭୋଗ ଖାଇବାରେ ଲାଗିଛନ୍ତି।ନିଜର ଆରାଧ୍ୟ ଦେବତା ଙ୍କୁ ଗଜାନନ ବେଶରେ ଦର୍ଶନ କରି ଧନ୍ୟ ହେଲେ ଗଣପତି।ସେହି ସ୍ମୃତିରେ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ଗଜାନନ ବେଶ ଅନୁଷ୍ଠିତ ହୋଇଆସୁଛି।ହାତୀ ବେଶ ବଢିବା ପରେ ଠାକୁରଙ୍କୁ କର୍ପୂର ଲାଗି କରାଯାଇଥିଲା।ପରେ ଟେରା ବନ୍ଧା ଯାଇ ସକାଳ ଧୂପ ଭୋଗ ସ୍ନାନ ମଣ୍ଡପକୁ ଅଣା ଯାଇଥିଲା।ପରେ ମହାପ୍ରଭୁଙ୍କ ବାଡ଼ରେ ପ୍ରସାଦ ଲାଗି ବଢ଼ି ସକାଳ ଧୂପ ଓ ବନ୍ଦାପନା ହୋଇଥିଲା।ଏହାପରେ ସର୍ବ ସାଧାରଣ ବା ସାହାଣ ମେଳା ଦର୍ଶନ ଅନୁଷ୍ଠିତ ହୋଇଥିଲା।ହଜାର ହଜାର ଶ୍ରଦ୍ଧାଳୁ ବାରିକେଡ ଦେଇ ଯାଇ ସ୍ନାନ ବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।ଯାତ୍ରା ପାଇଁ ବଡ ଦାଣ୍ଡ ଶ୍ରଦ୍ଧାଳୁଙ୍କ ସମାଗମରେ ପୁରୀ ଉଠିଥିଲା।ବେଶ ଓଲାଗି ହେବାପରେ ଠାକୁରଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରାଯାଇ ଅଣସର ପିଣ୍ଡିରେ ରଖା ଯାଇଥିଲା।ପରେ ପଟି ଦିଅଁଙ୍କୁ ପଟୁଆରରେ ଅଣାଯାଇ ଅଣସରପିଣ୍ଡି ସମ୍ମୁଖ ଦଶାବତାର ପଟି ନିକଟରେ ଏହି ପଟିଦିଅଁ ଙ୍କୁ ରଖାଯାଇଥିଲା।ଆସନ୍ତା କାଲିଠାରୁ ପଟି ଦିଅଁଙ୍କ ସମ୍ମୁଖ ରେ ଶମସ୍ତ ରୀତି ନୀତି ଅନୁଷ୍ଠିତ ହେବ।ଶ୍ରୀମନ୍ଦିର ଭିତରେ ଓ ବାହାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ3କମାଣ୍ଡାଣ୍ଟ 11 ଅତିରିକ୍ତ ଏସପି,21dsp,50 ଇନ୍ସପେକ୍ଟର ,1ହଜାର ଆରକ୍ଷୀଏବଂ 52 ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା। ତତ୍ ସହିତ 40ଟି ସିସି କ୍ୟାମେରା ମଧ୍ୟ ଲଗାଯାଇଥିଲା।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର୍ ବିକ୍ରମ ଯାଦବ,ଆଇଜି ନରସିଂହ ଭୋଳ,ଜିଲ୍ଲାପାଳ ସମର୍ଥ ବର୍ମା,ଏସପି k ବିଶାଲ ସିଂ ପ୍ରମୁଖ ସମସ୍ତ କାର୍ଯ ର ତଦାରଖ କରିଥିଲେ।

hiranchal ad1
Leave A Reply

Your email address will not be published.

thirteen − ten =