ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ଏଲ୍‌ଆଇସି ଏଜେଣ୍ଟ

0 218

ଦଶପଲ୍ଲା : ଆଜି ଭାରତୀୟ ଜୀବନବୀମା ନିଗମ (ଏଲ୍‌.ଆଇ.ସ୍‌) ଦଶପଲ୍ଲା ଶାଖା ସମ୍ମୁଖରେ ଦଶପଲ୍ଲା ଶାଖା ଅଧିନରେ କାର୍ଯ୍ୟ କରୁଥିବା ବୀମା ଏଜେଣ୍ଟମାନେ ନିମ୍ନ ଲିଖିତ ଦାବିନେଇ ଧାରଣା ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବା ବୀମା ଏଜେଣ୍ଟ ମାନେ ତାଙ୍କ ଦାବୀ ଗୁଡ଼ିକୁ ଖୁବ୍‌ ଶୀଘ୍ର ପୂରଣ କରିବାପାଇଁ ନାରାବାଜି କରିଥିଲେ । ଦାବୀ ଗୁଡ଼ିକହେଲା ପଲିସିଧାରିଙ୍କ ଜମା ଟଙ୍କାର ବୋନସ ବୃଦ୍ଧି, ପଲିସିଧାରୀଙ୍କ ଋଣ ଏବଂ ଆର୍ଥିକ ସଞ୍ଚାଳନରେ ଶୁଦ୍ଧହାର କମ୍‌ କରିବା, ୫ବର୍ଷରୁ ଉର୍ଦ୍ଧ୍ୱ ଅଚଳ ପଲିସିକୁ ସଚଳ କରିବାକୁ ଅନୁମତି ଦେବା, ପଲିସିଧାରୀଙ୍କ ଅନାଦେୟ ଜମାରାଶିକୁ ଅନ୍ୟତ୍ର ନ ଦେବା, ଏକକ ପଲିସିଧାରୀଙ୍କୁ ବାରମ୍ବାର କେୱାଇସି ପାଇଁ ହଇରାଣ ନ କରିବା , ଇନ୍ସୁରାନ୍ସ ପଲିସିରୁ ଜିଏସ୍‌ଟି ନ ନେବା, ସବୁ ଉପଭୋକ୍ତା ପାଇଁ ଗ୍ରୁପ୍‌ ମେଡିକ୍ଲେମ୍‌ର ସୁବିଧା, ଟର୍ମ ଇନ୍ସୁରାନ୍ସର ବୃଦ୍ଧି ପ୍ରୋଭିଡେଣ୍ଟ ଫଣ୍ଡ ,ପେନସନ ସ୍କିମ୍‌, ଏଜେଣ୍ଟ ମାନଙ୍କ ପାଇଁ ୱେଲଫେୟାର ଫଣ୍ଡ, ଏଜେଣ୍ଟଙ୍କ ସନ୍ତାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଆଡଭାନ୍ସ ଓ ୫ ବର୍ଷ ରୁ ଉର୍ଦ୍ଧ୍ୱ ସହଯୋଗୀ ଏଜେଣ୍ଟମାନଙ୍କୁ ରେସ୍ପେକ୍ଟିଭି କ୍ଳବ୍‌ ର ମାନ୍ୟତା ଦେବା ପାଇଁ ଦାବୀ କରିବା ସହିତ କହିଛନ୍ତି ଯେ ପର୍ଯ୍ୟନ୍ତ ଏଜେଣ୍ଟ ମାନଙ୍କ ଦାବୀ ଗୁଡ଼ିକ ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ଏଭଳି ଭାବେ ସମସ୍ତ ଏଜେଣ୍ଟ ମାନେ ଧାରଣାରେ ବସିରହିବେ । ଏହି ଧାରଣାରେ କମଳଲୋଚନ ରଥ, ଶ୍ୟାମ ସୁନ୍ଦର ସାହୁ , ରାଜେନ୍ଦ୍ର କୁମାର ସାହୁ, ପ୍ରଭାତ କୁମାର ଜେନା, ଦୀପକ କୁମାର ପରିଡ଼ା, କିଶୋର ଚନ୍ଦ୍ର ସାହୁ, ସୁଜିତ୍‌ କୁମାର ଖଟେଇ ଏବଂ ସୁରେଶ କୁମାର ପରିଡ଼ାଙ୍କ ସମେତ ବହୁ ଏଜେଣ୍ଟ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଏହି ଧାରଣା ଗତ ୧ ତାରିଖରୁ ସାରା ଭାରତରେ ଆରମ୍ଭ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

one + seven =