ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନାରାୟଣ ମେହେରଙ୍କ ନାମରେ ସ୍ମୃତି ସମିତି ଗଠିତ

0 105

ସମ୍ବଲପୁର:ସମ୍ବଲପୁର ମହାନଗର ଅନ୍ତର୍ଗତ ଐତିହାସିକ ଦୁର୍ଗାପାଲି ଗାଁ’ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରକ ସ୍ୱର୍ଗତ ନାରାୟଣ ମେହେରଙ୍କ କର୍ମଭୂମି ଭାବରେ ସୁଖ୍ୟାତି ଅର୍ଜନ କରିଛି । ରବିବାର ଅପରାହ୍ନରେ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ଅଧ୍ୟକ୍ଷତାରେ ଦୁର୍ଗାପାଲି ଶ୍ରୀରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଦୁର୍ଗାପାଲି ଓ କାନିଜୁରୀ ବସତିର ଭଦ୍ରବ୍ୟକ୍ତି, ଭଦ୍ରମହିଳା ଏବଂ ହୀରାକୁଦ ତଥା ସମ୍ବଲପୁର ମହାନଗରର ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଆର୍ତ୍ତବନ୍ଧୁ ଚାନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସାମୁହିକ ଜାତୀୟ ସଂଗୀତ ଗାନ ପରେ ଉପସ୍ଥିତ ସମସ୍ତେ ବରପୁତ୍ର ସ୍ୱର୍ଗତ ନାରାୟଣ ମେହେରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ଓ ଧୂପ ପ୍ରଦାନ ସହ ପୂଜାର୍ଚ୍ଚନା କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅବସରପ୍ରାପ୍ତ ସେନା ଅଧିକାରୀ ସୁବେଦାର ମେଜର ଶିବ ନାରାୟଣ ବେହେରା, ସର୍ବ ସମ୍ମତି କ୍ରମେ ନବଗଠିତ “ସ୍ୱାଧୀନତା ସଂଗ୍ରାମୀ ନାରାୟଣ ମେହେର ସ୍ମୃତି ସମିତି’ ର କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ । କାର୍ତ୍ତିକ ପ୍ରସାଦ ବହିଦାର -ସଭାପତି ଭାବରେ, ଯୋଗେଶ୍ୱର ବନଛୋର – ଉପସଭାପତି ଭାବରେ ଏବଂ ଶ୍ରୀମତୀ ଅନ୍ନପୂର୍ଣ୍ଣା ବାରିକ – ଉପସଭାନେତ୍ରୀ ଭାବରେ ସର୍ବ ସମ୍ମତି କ୍ରମେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ସଂଗଠନ ସମ୍ପାଦକ ଭାବରେ ଆର୍ତ୍ତବନ୍ଧୁ ଚାନ୍ଦ, ସହ ସଂଗଠନ ସମ୍ପାଦକ ଭାବରେ ରାଧେଶ୍ୟାମ ବାରିକ ଓ ସହ ସଂଗଠନ ସମ୍ପାଦିକା ଭାବରେ ଅନସୂୟା ସାମଲ ଦାୟୀତ୍ୱ ଗ୍ରହଣ କରିଛନ୍ତି । ସାଧାରଣ ସମ୍ପାଦକ ଭାବରେ ସୂର୍ଯ୍ୟ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଭାବରେ ଚୈତନ୍ୟ ମେହେର, ଯୁଗ୍ମ ସମ୍ପାଦିକା ଭାବରେ ଶ୍ରୀମତୀ ରୀତା ଜେନା ଦାୟୀତ୍ୱ ଗ୍ରହଣ କରିଛନ୍ତି । କୋଷାଧ୍ୟକ୍ଷ ଭାବରେ ଦ୍ୱାରିକା ପ୍ରସାଦ ମିଶ୍ର ଏବଂ ସହ କୋଷାଧ୍ୟକ୍ଷା ଭାବରେ ଶ୍ରୀମତୀ ଅଞ୍ଜଳି ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟାଳୟ ସମ୍ପାଦକ ଭାବରେ ସୁଶୀଳ ସାହୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟକାରୀ କମିଟିର ସଭ୍ୟସଭ୍ୟା ଭାବରେ ଅବସର ପ୍ରାପ୍ତ ସେନା ଅଧିକାରୀ ଶିବ ଶମ୍ଭୁ ୟାଦବ, ରଘୁନାଥ ସାହୁ, ବଳଭଦ୍ର ଦେଓ, ଝସକେତନ ମେହର, ଶ୍ରୀମତୀ ବବିତା ଦାସ, ଜନାର୍ଦ୍ଦନ ମେହେର, ସନ୍ତୋଷିନୀ ପାତ୍ର, ଗୋଲକ ବିହାରୀ ମେହେର, ଶ୍ରୀମତୀ ଶିବପ୍ରିୟା ସାହୁ, ଦୀପକ ପାଣ୍ଡେ, ଶ୍ରୀମତୀ ପଙ୍କଜିନୀ ମେହେର, ଜୟ ମଙ୍ଗଲ ସାହୁ, ଆଲୋକ କୁମାର ମିଶ୍ର, କୁଞ୍ଜ ବିହାରୀ ମେହେର, ଲୋକନାଥ ସାହୁ, ମୁକ୍ତା ମେହେର, କେଶବ ନାୟକ, ଆଁଚଲ ମେହେର, ବବୁଲୁ ଚାଆଁର, କୀର୍ତ୍ତନ ମେହେର, ସୁବୋଧ ନାୟକ, ଗୁଡିଆ ଟିନା ମେହେର, ସଂଯୁକ୍ତା ଆଚାର୍ଯ୍ୟ, ସଂକୀର୍ତ୍ତନ ମେହେର ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ନୂତନ ଭାବରେ ଦାୟୀତ୍ୱ ଗ୍ରହଣ କରିଥିବା ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ମାନଙ୍କୁ, ପ୍ରତିଷ୍ଠାତା ସଭାପତି କାର୍ତ୍ତିକ ପ୍ରସାଦ ବହିଦାର ଉଦବୋଧନ ଦେଇ କହିଲେ ଯେ, ମୁକ୍ତି ସଂଗ୍ରାମୀ ସ୍ୱର୍ଗତ ନାରାୟଣ ମେହେରଙ୍କ ସ୍ମୃତି ରକ୍ଷା ସଙ୍ଗେସଙ୍ଗେ, ଏହି ସ୍ମୃତି ସମିତି ସବୁ ବର୍ଗର କର୍ମକର୍ତ୍ତାମାନଙ୍କୁ ସାଙ୍ଗରେ ନେଇ ସମାଜରୁ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର କରି ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବ । ମୁକ୍ତି ସଂଗ୍ରାମୀଙ୍କ ପରିବାରର ସଦସ୍ୟ ମାନେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟସଭ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାଧାରଣ ସମ୍ପାଦକ ସୂର୍ଯ୍ୟ କୁମାର ପଣ୍ଡାଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।

hiranchal ad1
Leave A Reply

Your email address will not be published.

9 + 14 =