କାର୍ତ୍ତିକ ମାସ ଶେଷ ସୋମବାରରେ ଡୁଙ୍ଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

0 171

ଟିକାବାଲି: ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଦିନ ଉଦୟଗିରି ବ୍ଲକ ଅନ୍ତର୍ଗତ ତଲାରିମା ପଞ୍ଚାୟତ ଅଧିନରେ ଥିବା ଡୁଙ୍ଗି ସ୍ଥିତ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏଠାରେ ବିଶେଷ କରି ପ୍ରଥମ, ପ୍ରମୁଖ ତଥା ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ମନ୍ଦିରଠାରେ ଭଗବାନଙ୍କ ଦର୍ଶନ ପାଇଁ ପ୍ରାୟ ୩୦୦ ମିଟର ଲମ୍ବା ଦୁଇ ଧାଡ଼ିରେ ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ଏତଦ ବ୍ୟତୀତ ପ୍ରସିଦ୍ଧ ଜଳେଶ୍ୱର ବାବା, ଭୋଳେଶ୍ୱର ବାବା, ରାମେଶ୍ୱର ବାବା ଓ ଧବଳେଶ୍ୱର ବାବାଙ୍କ ଦର୍ଶନ ନିମନ୍ତେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏଠାରେ ପଞ୍ଚୁକ ଉପଲକ୍ଷେ ପ୍ରତ୍ୟେକ ବର୍ଷ ପରି ଏହିଁ ବର୍ଷ ମଧ୍ୟ ବନଦେବୀ ଯୁବକ ସଂଘ ଦ୍ୱାରା ଏକ ଲକ୍ଷ ଆଠ ଦୀପ ଜାଳି ଯଜ୍ଞ ବହୁ ଆଡମ୍ବରରେ ପାଳନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

5 × 3 =