ଘୁ ଉଦୟଗିରି : ଓଡିଶା ରାଜ୍ୟ ରଗବି ଫୁଟବଲ ଏସୋସିଏସନ, ଭୁବନେଶ୍ୱର ପକ୍ଷରୁ ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ସେଭେନ ସାଇଡ ଟଚ୍ ରଗବି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । ସେଥିରେ ରାଜ୍ୟର ୧୪ ବର୍ଷରୁ କମ୍ ବୟସର ବାଳକ ବାଳିକା ମାନଙ୍କର ପ୍ରତିଷ୍ଠିତ ଜିଲ୍ଲା ଦଳ ଗୁଡିକ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିଯୋଗିତାରୁ ରାଜ୍ୟ ଦଳ ପାଇଁ ଦକ୍ଷତା ସମ୍ପନ୍ନ ଖେଳାଳି ମାନଙ୍କୁ ଚୟନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ଦଳର ସକ୍ରିୟ ସଭ୍ୟ ସଭ୍ୟା ଖେଳାଇବାକୁ ସୁଯୋଗ ପ୍ରଦାନ କରାଯିବ, ଏହି ସୁଯୋଗକୁ କନ୍ଧମାଳ ଜିଲ୍ଲାରେ ଲୁକ୍କାୟିତ ଭାବେ ଥିବା ପ୍ରତିଭା ମାନଙ୍କୁ ଆସାର୍ଟ ସାମାଜିକ ଅନୁଷ୍ଠାନ ଏବଂ ଖାଇରହନ ୱେଲଫର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଜିଲ୍ଲାର ଅପହଞ୍ଚ ଇଲକାରେ ଲୁକ୍କାୟିତ,ଆର୍ଥିକ ଅନଟନରେ ଥିବା ଦକ୍ଷ ପ୍ରତିଭା ମାନଙ୍କୁ ଅନୁସନ୍ଧାନ କରି ଆନ୍ତର୍ଜାତିକ କ୍ରୀଡାବିତ୍ ସୃଷ୍ଟି କରିବା ପାଇଁ ୨୦୨୧ ମସିହାରେ ସ୍ଥାପିତ ମେଜର ଧ୍ୟାନଚଣ୍ଡ ସ୍ପୋର୍ଟ୍ସ ଆଣ୍ଡ ଗେମ୍ସ ଏକାଡେମିରେ ଆନ୍ତର୍ଜାତିକ କ୍ରୀଡାବିତ ଏବଂ ପ୍ରଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇ କ୍ରୀଡାରେ ବୈଷୟିକ ଜ୍ଞାନ ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଲୋକଲୋଚନଙ୍କୁ ଆଣିବା ଏବଂ ରାଜ୍ୟସ୍ତରୀୟ ଚୟନକର୍ତ୍ତା ମାନଙ୍କର ଦୃଷ୍ଟି ଆକର୍ଷଣ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଛନ୍ତି ।
ସୁନାମ ଧନ୍ୟ ପ୍ରଶିକ୍ଷକ ଚନ୍ଦନ କୁମାର ସୋରେନଙ୍କ ତତ୍ତ୍ୱାବଧାନ ଓ ଅର୍ଚ୍ଚନା ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ବାଳିକା ଦଳର ସଭ୍ୟ ଭାବେ ମାନସୀ ପ୍ରଧାନ, ଅପସରା ଦାସ,ପ୍ରାଚୀନା ପ୍ରଧାନ,ନାଇସ ନାୟକ, ଇପ୍ସିତା ନାୟକ,ଭିକି ମଲ୍ଲିକ, ଅଙ୍କିତା ନାୟକ, ସୀମରନ ପ୍ରଧାନ ଏବଂ ବାବୁ ଦେହୁରୀଙ୍କ ନେତୃତ୍ୱରେ ବାଳକ ଦଳର ଇମରାନ ପ୍ରଧାନ, ଇମାୱଲ୍ ନାୟକ, ଅଖିଳ ନାୟକ,ଶୁଭଙ୍କର ପ୍ରଧାନ ,ଶୁଭମ ନାୟକ, ବିଜନ ଦିଗାଳ, ଉତପ ପ୍ରଧାନ , ଅଭିଷେକ ଦଳବେହେରା , ଅଜିତ ଦେହୁରୀ ଏବଂ ଉପ ପ୍ରଶିକ୍ଷାକ ଭାବେ ରାହୁଲ୍ ନାୟକ ଏବଂ କୁମାରୀ ବିଚିତ୍ରା ପ୍ରଧାନ ଦଳ ପରିଚାଳିକ ସଦସ୍ୟ ଏବଂ ସଦସ୍ୟା ଭାବେ ଗ୍ରସ୍ତ କରିଛନ୍ତି ।
ପୂର୍ବରୁ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ଫେଡେରେସନ କଫ୍ ରେ ରାଜ୍ୟ ଏବଂ ଜିଲ୍ଲାକୁ ମାନସି ପ୍ରଧାନ, ଅର୍ଚିତା ପ୍ରଧାନ,ଏବଂ ବାବୁ ଦେହୁରୀ ଓ ବିଜୟ ପ୍ରଧାନ୍ ଉତ୍ତମ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ ।
ଅନୁଷ୍ଠାନର ପ୍ରତିଷ୍ଠାତା ମହମ୍ମଦ ଜିଆଉଦ୍ଦିନ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳତା କାମନା କରିବା ସହିତ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.