ଜାତୀୟ ସ୍ତରରେ ଗ୍ରେଡ B+ ମାନ୍ୟତା ପାଇଲା ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ

0 141

ପାଟଣାଗଡ: ପାଟଣାଗଡ଼ର ଜଣାଶୁଣା ସର୍ବ ପୁରାତନ ଜବାହାର ଲାଲ କଲେଜକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି । ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (ନାଗ୍‌) ଦ୍ୱାରା ଜାତିୟ ସ୍ତରରେ B+ ଗ୍ରେଡର ମାନ୍ୟତା ପାଇଛି ।ଜିଲ୍ଲାରେ ପ୍ରଥମ କରି ପାଟଣାଗଡ଼ ଜବାହାର ଲାଲ ମହାବିଦ୍ୟାଳୟ ଏହି ମାନ୍ୟତା ପାଇଥିବାରୁ ଏବେ କଲେଜରେ ଖୁସିର ଲହରୀ ଖେଳିଯାଇଛି ।ଏହାକୁ ନେଇ ଗର୍ବ ଅନୁଭବ କରିଛନ୍ତି ଛାତ୍ରଛାତ୍ରୀ ତଥା ସ୍କୁଲର ଅଧ୍ୟାପକ ଅଧ୍ୟାପିକା ତଥା ଅଞ୍ଚଳବାସୀ ।ଏହି ମାନ୍ୟତା ପାଇବା ଦ୍ୱାରା କଲେଜରେ ନୂତନ ପିଜି ପାଠ୍ୟକ୍ରମ ଶୁଭାରମ୍ଭ ହୋଇ ପରିବା । ଏହି ମାନ୍ୟତା ପାଇବାପାଇଁ ଗତ ଜୁନ ମାସରେ କଲେଜ ପକ୍ଷରୁ ଆବେଦନ କରାଯାଇଥିଲା ।ଏହାର ୩ମାସ ପାରେ ୧୮/୧୦/୨୨ ତାରିଖ ଦିନ ବେଙ୍ଗଲୋର ନାଗ ପରିଷଦ ଦ୍ୱାରା ନାଭା ୟୁନିଭରସିଟିର ଉପ କୁଳପତି ଆର. ଏମ ଲିସୁର, ଭଦୋଦ୍ରା ୟୁନିଭରସିଟିର ପ୍ରଫେସର ପି . ଏସ ଚନ୍ଦାୟାରି ଓ ଦିଲ୍ଲୀ ବିଶ୍ୱବିଦ୍ୟାଲୟ ପ୍ରଫେସର ଜିତେନ୍ଦ୍ର ସିଂ ପ୍ରମୁଖ ମିଳିତ ପରିଦର୍ଶନ ରେ ଆସି ସ୍କୁଲର ଲାଇବ୍ରାରୀ, ସାଇନ୍‌ ଲ୍ୟାବ, ଶ୍ରେଣୀ ଗୃହ ଓ ମହାବିଦ୍ୟାଳୟ ବାତାବରଣ ଦେଖିଲା ପରେ ଏହି ମାନ୍ୟତା ପ୍ରଦାନ କରିଛନ୍ତି । ଏହି ମାନ୍ୟତା ପାଇବାପାଇ ଦ୍ୱାରା ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିବା ସହ ଭଲ ପାଠ ପଢି ଭବିଷ୍ୟତରେ ଜଣେ ଜଣେ ଭଲ ନାଗରିକ ହେବେ ବୋଳି ଜବାହାରଲାଲ କଲେଜର ଅଧ୍ୟକ୍ଷ ଦେବରାଜ ମିଶ୍ର, ଇତିହାସ ଅଧ୍ୟାପକ-ପ୍ରଣବ ବଲ୍ଳଭ ପାଣିଗ୍ରାହୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + fourteen =