୨୦୨୩ ବିଶ୍ୱ ହକି ମହାକୁମ୍ଭକୁ ଜନାଦୃତ କରିବା ପାଇଁ ଜିଲ୍ଳା ପ୍ରଶାସନର ପ୍ରସ୍ତୁତି

0 89

ସୁବର୍ଣ୍ଣପୁର: ଆସନ୍ତା ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ବିଶ୍ୱ ହକି ମହାକୁମ୍ଭ ଓଡିଶାର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ଓଡିଶା ୨୦୨୩ ବିଶ୍ୱ ହକି ମହାକୁମ୍ଭକୁ ଆୟୋଜନ କରୁଛି । ପୁନଶ୍ଚ ରାଜ୍ୟର ଗର୍ବ ଓ ଗୌରବକୁ ପରିପୃଷ୍ଟ କରିବା ନିମନ୍ତେ ସମସ୍ତ ପୂରପଲ୍ଲୀ ଠାରୁ ଆରମ୍ଭ କରି ଜିଲ୍ଳା ସ୍ତର ପର୍ଯ୍ୟନ୍ତ ବ୍ୟାପକ ଓ ଜନାଦୃତ କରିବା ପାଇଁ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନୀଲ ନରୱଣେ । ହକିବିଶ୍ୱ କପ ଅବ୍ୟବହିତ ପୂର୍ବରୁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ସର୍ବସାଧାରଣ ଯେପରି ହକି ବିଶ୍ୱ କପର ମହନୀୟତାକୁ ହୃଦବୋଧ କରି ବିଶ୍ୱ ହକି ମହାକୁମ୍ଭରେରେ ଆନ୍ତରିକ ସାମିଲ ହେବେ ସେଥିପ୍ରତି ବୈଠକରେ ଗରୁତ୍ୱାରୋପ କରାଯାଇଛି । ଜିଲ୍ଳାର ସବୁ ବର୍ଗର ଲୋକଙ୍କୁ ନେଇ ହକି ଖେଳ ସମ୍ୱନ୍ଧୀୟ ବିଶେଷ ତଥା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁଡିକ ଆୟୋଜନ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଯଦ୍ୱାରା ଚଳିତ ହକି ବିଶ୍ୱକପର ଉଚ୍ଚ୍ୱାସରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାର ସୁଯୋଗ ନେଇପାରିବେ । ଜିଲ୍ଲାପାଳ ଶ୍ରୀମତୀ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଅଦ୍ୟ ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ନିଶି ପୁନମ ମିଞ୍ଜ, ଜିଲ୍ଳା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 5 =