ବ୍ରହ୍ମପୁରସ୍ଥ ଲାଞ୍ଜିପଲ୍ଲୀ ସ୍ଥିତ ଦାତବ୍ୟ ହୋମିଓ ଚିକିତ୍ସା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ

0 147

ଗଞ୍ଜାମ/ ବ୍ରହ୍ମପୁର:ସ୍ଥାନୀୟ ଦିବ୍ୟ ଜୀବନ ସଂଘ ପରିସରରେ ଦାତବ୍ୟ ହୋମିଓ ଚିକିତ୍ସା କେନ୍ଦ୍ରର ବାର୍ଷିକତ୍ସୋବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସଭାପତି ପ୍ରଫେସର ଡଃ ଭାସ୍କର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଦାତବ୍ୟ ଚିକିତ୍ସାଳୟରେ ବିନା ପାରିଶ୍ରମିକରେ ସେମାନଙ୍କର ଅମୂଲ୍ୟ ସମୟ ଦାନ କରି ଉତ୍ତମ ସେବା ଦାନ ପାଇଁ ବ୍ରହ୍ମପୁରସ୍ଥ ବିଜୁ ପଟ୍ଟନାୟକ ସରକାରୀ ହୋମିଓ ଚିକିତ୍ସାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର ପତି, ପ୍ରାକ୍ତନ ପ୍ରଫେସର ଡଃ ଗଙ୍ଗାଧର ଆଚାର୍ଯ୍ୟ, ଡଃ ସିଦ୍ଧାର୍ଥ ଶତପଥୀ ଏବଂ ସ୍ଥାନୀୟ ଲାଂଜିପଲ୍ଲୀ ବାସିନ୍ଦା ଡଃ କେଶବ ଚନ୍ଦ୍ର ବେହେରାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ରର ସଂପାଦକ ବିଶ୍ୱନାଥ ପାଢୀ ପ୍ରାରମ୍ଭିକ ଭାଷଣ ଦେବାପରେ କୋଷାଧକ୍ଷ୍ୟ ଶିବରାମ ପାଣିଗ୍ରାହୀ ଡାକ୍ତର ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଉପସ୍ଥିତ ଡାକ୍ତରମାନେ ଚିକିତ୍ସା କେନ୍ଦ୍ରର ଉତ୍ତରୋତ୍ତର ଉନ୍ନତି ଓ ସଫଳତା କାମନା କରିଥିଲେ । ପରିଶେଷରେ କେନ୍ଦ୍ରର ସକ୍ରୀୟ ସଦସ୍ୟ ତଥା ଭାରତ ସରକାରଙ୍କ ଆକାଶ ବାହିନୀର ସେବା ନିବୃତ ସର୍ଜଣ୍ଟ ରମେଶ ମହାନ୍ତି ଧନ୍‌ଯବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ଶାନ୍ତନୁ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରମୋଦ କୁମାର ମିଶ୍ର, କବିରାଜ ସାହୁ, ବିଭୂତି ଭୂଷଣ ବେହେରା, କେ କ୍ରିଷ୍ଣା ରାଓଙ୍କ ସମେତ ଅନେକ ସଭ୍ୟ ଓ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − 6 =