ୱାର୍ଡ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲିଲେ ନବନିର୍ବାଚିତ ଏନଏସି ଅଧ୍ୟକ୍ଷା

0 83

ଘୁ.ଉଦୟଗିରି:ପୌର ନିର୍ବାଚନ ସରିବା ପରେ ଏବେ ନିର୍ବାଚିତ ନେତାଙ୍କ ଆଗରେ ସହରର ବିକାଶ ପାଇଁ ଏକ ବଡ଼ ଆହ୍ୱାନ ରହିଥିବା ବେଳେ ସ୍ଥାନୀୟ ଏନଏସିର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଆରମ୍ଭ କରିଛନ୍ତି ନିଜ କାର୍ଯ୍ୟ । ୱାର୍ଡକୁ ୱାର୍ଡ ବୁଲି ସାହି ବାସିନ୍ଦାଙ୍କ ସହ ମିଶି ତାଙ୍କ ସମସ୍ୟା ବୁଝି ତାର ସମାଧାନ କିଭଳି ହେବ ତାର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି । ଆଜି ଅଧ୍ୟକ୍ଷା ୪ନଂ ୱାର୍ଡର ଶ୍ରୀରାମପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପହଞ୍ଚି ବିଦ୍ୟାଳୟର ସମସ୍ୟା ସହ ପିଲାଙ୍କ ପାଠପଢା ବିଷୟରେ ବୁଝିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେଇଭଳି ୧୨ ଏବଂ ୧୩ନଂ ୱାର୍ଡରେ ପହଞ୍ଚି ସେଠିକାର ପାନୀୟଜଳ ସମସ୍ୟା ଉପରେ ସ୍ଥାନୀୟ ସାହିବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ସହରାଞ୍ଚଳ ପାନୀୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଡକେଇ ସେଇ ସ୍ଥାନରେ କିଭଳି ଲୋକ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେଇଭଳି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ରୋଗୀଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।ଅଧ୍ୟକ୍ଷା ସହ ଉପାଧ୍ୟକ୍ଷ ସନ୍ତୋଷ ବାଘ ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven − 10 =