ସରିଲା ଦେବଗଡ ରାମଲୀଳା ଯାତ୍ରା

0 148

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଦେବଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଜିଉ ନାଟ୍ୟ ସଂସଦ ପକ୍ଷରୁ ଚାଲିଥିବା ରାମଲୀଳା ଯାତ୍ରା ଉତ୍ସାହ ଓ ଉଦ୍ଦୀପନାର ସହ ଶେଷ ହୋଇଛି । ଶେଷ ସଂଧ୍ୟାରେ ନାଟକର ମୁଖ୍ୟ ଆକର୍ଷଣ ଥିଲା ରାମ-ରାବଣ ସମର ଶୋଭାଯାତ୍ରା । ସେହିପରି ମଞ୍ଚରେ ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଥିଲା । ନାଟକରେ ରାମ -ଭୂବନ ବିଶ୍ୱାଳ, ଲକ୍ଷ୍ମଣ -ସୁଶାନ୍ତ ବାରିକ, ରାବଣ -ଭବାନି ବିଶ୍ୱାଳ, ବିଭିଷଣ -ଦୁର୍ଗାଚରଣ ମହାକୁଡ଼ ପ୍ରମୁଖ ଅଭିନୟ କରିଥିଲେ । ଶେଷ ଦିନରେ ପ୍ରବଳ ଜନ ସମାଗମ ହୋଇଥିଲା । ଯାତ୍ରାର ସଫଳ ଆୟୋଜନ ପାଇଁ ସଭାପତି କୁମୁଦ ମାଝୀ, ସଂପାଦକ ଦୁର୍ଗାଚରଣ ମହାକୁଡ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିବା ବେଳେ ଗଣେଶ ଝାଙ୍କରଙ୍କ ନିର୍ଦ୍ଦେଶନାରେ ନାଟକ ମଞ୍ଚସ୍ଥ ହୋଇଥିଲା । ସୂଚନାଯୋଗ୍ୟ ଯେ,ରଘୁନାଥ ଜିଉ ନାଟ୍ୟ ସଂସଦ ଦେବଗଡ଼ ପକ୍ଷରୁ ଆଜକୁ ପ୍ରାୟ ୨୦୦ ବର୍ଷ ହେବ ରାମଲୀଳା ଅନୁଷ୍ଠାନ ହୋଇ ଆସୁଛି । ପ୍ରତ୍ୟେକ ବର୍ଷ ରାମ ନବମୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଶେଷ ହୁଏ ।

hiring
hiranchal ad1
Leave A Reply

Your email address will not be published.

fourteen − one =