“ସେବା ଉତ୍ସବ ସମିତି’ ପକ୍ଷରୁ ମିନି ମାରାଥନ

0 100

ଦଶପଲ୍ଲା : ଯୁବ ପିଢ଼ି ହେଉଛନ୍ତି ଆମ ଦେଶର ଶକ୍ତି । ଯୁବକଙ୍କୁ ବାଦ ଦେଇ ଦେଶର ବିକାଶ କଥା ଚିନ୍ତା କରିବା ବୋଧହୁଏ ଅସମ୍ଭବ । ତେଣୁ ଜଳବାୟୁ ପରିବର୍ତ୍ତନ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶର ଯୁବପିଢ଼ିଙ୍କୁ ଏକାଠି ହେବାକୁ ପଡ଼ିବ । ନୟାଗଡ଼ ଜିଲ୍ଲା ‘ସେବା ଉତ୍ସବ ସମିତି’ ପକ୍ଷରୁ ନୟାଗଡ଼ ମହୋତ୍ସବ ପଡ଼ିଆରେ ଆୟୋଜିତ ”ଦେଶ ପାଇଁ ଯୁବକ– ଜଳବାୟୁ ପରିବର୍ତ୍ତନ ବିରୋଧରେ ଯୁବକ” ଶୀର୍ଷକ ମିନି ମାରାଥନ କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ ସ୍ୱେଚ୍ଛାସେବୀ ଓ ବିଶିଷ୍ଟ ଅତିଥିମାନେ ଏଭଳି ମତ ରଖିଛନ୍ତି । ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ‘ସେବା ଉତ୍ସବ ସମିତି’ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ରୋକିବାରେ ଯୁବକଙ୍କ ଭୂମିକା ଶୀର୍ଷକରେ ନୟାଗଡ଼ ନୂଆ ବସଷ୍ଟାଣ୍ଡଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଏକ ମିନି ମାରାଥନର ଆୟୋଜନ ହୋଇଥିଲା । ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରାଥନ୍‌କୁ ଉଦଘାଟନ କରିଥିଲେ ।

hiring

ଖଣ୍ଡପଡାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ସମାଜସେବୀ ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ସମାଜସେବୀ ପ୍ରମୋଦ ପଟନାୟକ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟର ଅଧକ୍ଷ ଶାରଦା ପ୍ରସାଦ ମହାପାତ୍ର, ଯୁବ ସମଜସେବୀ ଚିତ୍ତରଂଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦେଶ ପାଇଁ ଯୁବକ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବାରେ ଯୁବକମାନଙ୍କ ଭୂମିକା ନେଇ ଜନ ସଚେତନତା କରିବାକୁ ଯୁବ ଦିବସରେ ସମସ୍ତ ଯୁବକ ଶପଥ ନେବା ଦରକାର ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର,ଏନସିସି, ଏନଏସସ, ୟୁଥ୍‌ ରେଡକ୍ରସ୍‌, ଫ୍ରେଣ୍ଡ୍ସ ହେଲ୍ପ ଗ୍ରୁପ, ଗ୍ରୀନ କ୍ଲବ, ଅନନ୍ୟା ଫାଉଣ୍ଡେସନ, ୟୁଥ ଫର୍‌ ଆକ୍ସନ, ଆଦର୍ଶବାଦୀ କ୍ଲବ, ମୁଁ ବଘେଲ, ଭାରତ ବିକାଶ ପରିଷଦର ଯୁବ ସ୍ୱେଚ୍ଛାସେବୀମାନେ ଯୋଗଦେଇ ମିନି ମାରାଥନରେ ସାମିଲ ହୋଇଥିଲେ । ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − 8 =