ନୂଆଦିଲ୍ଲୀ; ବିଏମସି ନିର୍ବାଚନ ଫଳାଫଳ ପରେ ସମସ୍ତଙ୍କ ନଜର ମୁମ୍ବାଇ ମେୟରଙ୍କ ପଦବୀ ଉପରେ ରହିଥିଲା । କିଏ ଏହି ଆସନରେ ବସିବ ଚର୍ଚ୍ଚା ଲାଗି ରହିଥିଲା । ବିଜେପିର ବିଜୟ ପରେ ସେମାନଙ୍କ ଦଳରୁ ଜଣେ ମେୟର ହେବେ ବୋଲି ଘୋଷଣା କରାଯାଇଥିଲା । ଆଜି, ସେହି ପ୍ରତିଶ୍ରୁତି ଆନୁଷ୍ଠାନିକ ଭାବରେ ପୂରଣ ହୋଇଛି । ରିତୁ ତାୱଡେ ମୁମ୍ବାଇର ନୂଆ ମେୟର ଭାବେ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଏକନାଥ ସିନ୍ଦେଙ୍କ ଶିବସେନା ସଦସ୍ୟ ସଞ୍ଜୟ ଘାଡି ଡେପୁଟି ମେୟର ଭାବରେ କାର୍ଯ୍ୟ କରିବେ । ଉଭୟ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
