ପୁରୀ: ମୁଣ୍ଡଳୀ ସ୍ଥିତ ତୃତୀୟ ଏନଡିଆରଏଫ ପକ୍ଷରୁ ପୁରୀ ସଦର ବୀର ହରେକୃଷ୍ଣପୁର ପୋଖରୀରେ ବନ୍ୟା ସମୟରେ ଉଦ୍ଧାରକୁ ନେଇ ମକ ଡ୍ରିଲ କରାଯାଇଛି । ବିଶେଷ କରି ବନ୍ୟା ସମୟରେ ବୋଟ କିମ୍ବା ଡ଼ଙ୍ଗା ବୁଦିଗଲେ ଏନଡିଆରଏଫ ଟିମ ଖବର ପାଇଁ ତୁରନ୍ତ କିଭଳି ଘଟଣାସ୍ଥଳରେ ପହଞ୍ଚି ପୁଷ୍କରିଣୀ କିମ୍ବା ନଦୀରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ କିଭଳି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଇଥାନ୍ତି ତାର ମକ ଡ୍ରିଲ ପ୍ରଦର୍ଶନ କରିଥିଲେ । ସେହିପରି କେହି ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ତାଙ୍କୁ କିପରି ସିପିଆର୍ ଦିଆଯିବ ତାହା ଛାତ୍ରଛାତ୍ରୀଙ୍କୁ ବୁଖାଯାଇଥିଲା । ଏଥିସହ ବନ୍ୟା ତଥା ପ୍ରାକୃତିକ ଦୁର୍ବିପାକ ସମୟରେ ଏନଡିଆରଏଫ ଟିମ ବ୍ୟବହାର କରୁଥିବା ସମସ୍ତ ଆଧୁନିକ ଉପକରଣ ପ୍ରଦର୍ଶନ କରାଯାଇଥିଲା ।ଗାଁ ଗହଳିରେ ହାତ ପାହାନ୍ତାରେ ଉପଲବ୍ଧ ଶୁଖିଲା ନଡ଼ିଆ ଓ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି କିଭଳି ଲୋକେ ନ ବୁଡିବେ ସେ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୁଖାଯିବା ସହ ଡେମୋ ଦେଖାଯାଇଥିଲା । ଅଗ୍ନିଶମ କର୍ମଚାରୀ, ଆପଦ ମିତ୍ର, ସ୍ୱାସ୍ଥ୍ୟ ବିଭାଗ, ସ୍ୱେଚ୍ଛାସେବୀ, ସ୍କୁଲ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।