କୁକୁର କାମୁଡ଼ାରେ ଶିଶୁ କନ୍ୟା ମୃତ : ୩ ଗୁରୁତର ,୯ ଆହତ

0 298

ପାଟାଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ବାଲିପଟା ଓ କଲଙ୍ଗାପାଲିରେ ପାଗଳ କୁକୁର ଆତଙ୍କ ଖେଳିଯାଇଛି ।ପ୍ରଥମେ କଲଙ୍ଗାପାଲି ଗାଁରେ ଜଣେ ମହିଳାକୁ କାମୁଡି ଲୁହୁଲୁହାଣ କରିବା ପରେ ପରେ ବାଲିପଟା ଗାଁରେ ପାଗଳା କୁକୁର କାମୁଡ଼ାରେ ଜଣେ ତିନି ବର୍ଷର ଶିଶୁ କନ୍ୟା ଦିପାମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ଗୁରୁତର ମାନେ ହେଲେ ଝିଲି ସାହୁ (୯) ପୂର୍ଣ୍ଣବାସି ସାହୁ (୫୦) ଓ ଚକା ବଢେଇ (୪୦) ବୋଲି ଜଣାପଡିଛି । ସୂଚନ ଅନୁସାରେ ଗୁରୁବାର ଭୋର ସକାଳୁ କଲଙ୍ଗାପାଲି ଗାଁ ପଟୁ ଏକ ପାଗଳା କୁକୁର ବାଲିପଟା ଗାଁ ଭିତରକୁ ପଶିଆସିଥିଲା ।ଗାଁ ଦାଣ୍ଡରେ ପାଗଳା କୁକୁରଟି ଲୋକଙ୍କୁ ଗୋଡାଇ ଗୋଡ଼ାଇ କାମୁଡ଼ିଥିଲା । ବାଲିପଟା ଗାଁର ତିନିବର୍ଷର ଶିଶୁକନ୍ୟା ଦିପାମୁଣ୍ଡା, ଚକା ବଢେଇ, ଝିଲି ସାହୁ, ପୂର୍ଣ୍ଣ ବାସୀ ସାହୁ, ସଂକିର୍ତ୍ତନ ମାଝୀ, ଖର୍ସେଲ ମାଝୀ ସମେତ ୧୩ ଜଣକୁ କାମୁଡି ଦେଇଥିଲା । ଜଣେ ପରେ ଜଣେ ୧୩ ଜଣ ଆହତ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗୁଦାମ ମୁଣ୍ଡାଙ୍କ ତିନି ବର୍ଷର ଝିଅ ଦୀପାଙ୍କ ମୃତ ଘଟିଥିଲା । ଚକା,ଝିଲି ଓ ପୂର୍ଣ୍ଣବାସୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ହେବାରୁ ଡାକ୍ତର ତାକୁ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ ।ଅନ୍ୟ ମାନେ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଥିବା ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସାଧିକାରୀ ଡ. ପିତବାସ ସାଙ୍କ ଠାରୁ ଜଣାପଡିଛି । ଏହାପରେ ଗ୍ରାମବାସୀମାନେ ପାଗଳା କୁକୁରଟିକୁ ମାରିଦେଇଥିବା ଜଣାପଡିଛି । ପାଗଳା କୁକୁର ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବାରୁ ବାଲିପଟା ଓ କଲଙ୍ଗାପାଲି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

2 − two =