ଅବସରପ୍ରାପ୍ତ ସୈନିକଙ୍କୁ ନିଜ ମାଁ ମାଟିରେ ସମ୍ବର୍ଦ୍ଧନା

0 54

ସମ୍ବଲପୁର: ଭାରତୀୟ ସ୍ଥଳସେନାର ଜଣେ କର୍ମଠ ସଂଗ୍ରାମୀ ସୈନିକ ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ପଧାନପାଲି ଗ୍ରାମର ବସନ୍ତ କୁମାର ବାରିକ ସୁଦୀର୍ଘ ୨୪ ବର୍ଷରୁ ଅଧିକ ଦିନ କର୍ତ୍ତବ୍ୟ ପାଳନ ପରେ ଅବସର ନେଇ ଘରକୁ ଫେରିଛନ୍ତି । ଟ୍ରେନରୁ ଓହ୍ଲାଇବା ପରେ ତାଙ୍କୁ ପାଛୋଟି ଆଣି ଆଜି ବାହାମ ଗ୍ରାମପଞ୍ଚାୟତ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କର କର୍ତ୍ତବ୍ୟ ଅବଧି ଭିତରେ ସେ ଅରୁଣାଚଳ ପ୍ରଦେଶର ମେନଚୁକା, ଟେଂଗା, ରାଜସ୍ଥାନର ଅଲବର, ଜୟପୁର, ସିମିଲାର ପୁ, ଆସାମର ରଙ୍ଗାପଡା, ଜାମ୍ମୁ କାଶ୍ମୀରର ରା଼ମ୍ବଳ, ବେନିଆଲ, ମଧ୍ୟପ୍ରଦେଶର ଜବ୍ୱଲପୁର ରେଜିମେଣ୍ଟ ଓ ସାଗର ଭଳି ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ତାଙ୍କ ସାହସ ଓ କର୍ତ୍ତବ୍ୟ ନିପୁଣତା ଫଳରେ ବହୁ ସାବାସୀର ଅଧିକାରୀ ହୋଇଛନ୍ତି । ସୈନିକ ସବୁବେଳେ ସୈନିକ ତାର ଅବସର ନଥାଏ । କର୍ତ୍ତବ୍ୟ ନିବୃତ୍ତି ହେଲେ ସୁଦ୍ଧା ସୈନିକଙ୍କୁ ସରକାର ଯଥେଷ୍ଟ ସମ୍ମାନ ଦେଇଥାନ୍ତି । ସେହି ପରିପ୍ରେକ୍ଷୀରେ ଆମେ ସାଧାରଣ ଜନତା ମଧ୍ୟ ସମ୍ମାନ ଓ ପୂଜ୍ୟ ପୂଜା ଦେବା ଅଧିକାର ରହିଛି । ତାଙ୍କ ପ୍ରତି ଆମେ ବିଶ୍ୱାସ ରଖିବା ଆମ ଅଞ୍ଚଳର ଅଖଣ୍ଡ ସୁରକ୍ଷା ଓ ଶାନ୍ତି ପାଇଁ ନିଜ ଅଭିଜ୍ଞ୍ୟତାକୁ ଏଠାରେ ପ୍ରୟୋଗ କରାଇ ଆମ ଅଞ୍ଚଳକୁ ଶାନ୍ତି ସଂହତି ସମୃଦ୍ଧ ଅଞ୍ଚଳରେ ପରିଣତ କରାଇବାରେ ଅସୀମ ଶକ୍ତି ପ୍ରାପ୍ତ ହୋଇ ପାରିବା । ତାଙ୍କରି ପ୍ରଚେଷ୍ଟା ଓ ଆମରି ସହଯୋଗରେ ଅଂଚଳରୁ ବହୁ ସୈନିକ ସୃଷ୍ଟି ହୁଅନ୍ତୁ ବୋଲି ସମ୍ବର୍ଦ୍ଧନା ସଭାରେ ମତବ୍ୟକ୍ତ କରିଥିଲେ ବକ୍ତାମାନେ । ସରପଞ୍ଚ ସରସ୍ୱତୀ ଭୋସାଗରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଡା ରାଜାରାମ ଷଡ଼ଙ୍ଗୀଙ୍କ ପରିଚାଳନାରେ, ଅଶ୍ୱିନୀ ମିଶ୍ର, ହରିହର ନାୟକ,ସାମ୍ବାଦିକ ରାଧାମୋହନ ଷଡ଼ଙ୍ଗୀ, ଦେବାନନ୍ଦ ଭୋସାଗର ପ୍ରମୁଖ ସ୍ୱାଗତ ଜଣାଇ ବାଜା ସହ ଭବ୍ୟ ଶୋଭାଯାତ୍ରାରେ ତାଙ୍କ ଘର ପର୍ଯ୍ୟନ୍ତ ନେଇ ଛାଡ଼ିଥିଲେ । କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ପଧାନପାଲି, ପଡିଆବାହାଲ ଓ ବାହାମ ପଂଚାୟତର ବହୁ ଗ୍ରାମବାସୀଙ୍କ ସହ ସିଆରପି ମାନେ ମଧ୍ୟ ଉପସ୍ଥିତ ଥିଲେ । ଗୃହ ପ୍ରବେଶ ବେଳେ ନିଜ ଗ୍ରାମବାସୀଙ୍କ ଉଚ୍ଛ୍ୱଷିତ ସମ୍ବର୍ଦ୍ଧନା ଓ ତାଙ୍କ ନିଜ ମାଆ ତଥା ପରିବାର ସଦସ୍ୟଙ୍କ ଆନନ୍ଦାଶ୍ରୁ କୋହ ଓ ଭାବାବେଶ ପରିବେଶକୁ ଆବେଗାଚ୍ଛର୍ଣ୍ଣ କରି ରଖିଥିଲା ।

hiranchal ad1
Leave A Reply

Your email address will not be published.

15 − three =