ହାତୀପଲଙ୍କ ଅନୁପ୍ରବେଶ ପାଇଁ କଳାହାଣ୍ଡି ଜିଲ୍ଲା ତୁଣ୍ଡଲା ଅଞ୍ଚଳରେ ବିଦ୍ୟୁତ୍‌ ସେବା ବ୍ୟାହତ

0 144

ଭବାନୀପାଟଣା: ଗୋଟିଏ ହାତୀପଲ (୧୯ ଗୋଟି ହାତୀ) ଗତ ତା. ୩ ଫେବୃୟାରୀ ୨୦୨୪ ରିଖଠାରୁ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ୍‌ ଜଙ୍ଗଲ ଅଞ୍ଚଳରୁ ତୁଣ୍ଡଲା ଅଞ୍ଚଳକୁ ପଶି ଆସିଛନ୍ତି । ଏହି ହାତୀପଲ ଖାଦ୍ୟ ଅନୁକ୍ଷେଣରେ ତୁଣ୍ଡଲା, ବିଜଖମନ, କିନେରକେଲା, ଥାପେନ, ପଲମ୍‌ ଏବଂ ଏହାର ଆଖପାଖ ଗ୍ରାମରେ ପ୍ରତ୍ୟେକ ଦିନ ସଂଧ୍ୟାରୁ ତା‘ ପରଦିନ ସକାଳ ପର୍ଯ୍ୟନ୍ତ ଘୂରି ବୁଲୁଛନ୍ତି ।
ଏହି ହାତୀପଲଙ୍କ ଗତିବିଧି ହେତୁ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଟିପିଡବ୍ଲୁଓଡିଏଲର ଗୋଟିଏ ଟିମ୍‌ ହାତୀପଲ ଉପରେ ନଜର ରଖିବା ସହ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍‌ ସରବରାହକୁ ବିଚ୍ଛିନ୍ନ କରୁଅଛନ୍ତି । ଫଳ ସୂରୂପ ଗତ ୩ ଫେବୃୟାରୀ ଠାରୁ ପ୍ରତ୍ୟେକ ଦିନ ସଂଧ୍ୟାରୁ ତା’ ପରଦିନ ସକାଳ ପର୍ଯ୍ୟନ୍ତ ୧୨ ରୁ ୧୪ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ଉପରେ ଲିଖିତ ଅଞ୍ଚଳରେ ବ୍ୟାହତ ହେଉଅଛି । ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀପଲ ଉକ୍ତ ଜନବସତି ଅଞ୍ଚଳ ଛାଡ଼ିବା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ଏହିପରି ଭାବେ ବ୍ୟାହତ ରହିବ ।
ଏଥିପାଇଁ କଳାହାଣ୍ଡି ପୂର୍ବ ବିଦ୍ୟୁତ୍‌ ବିଭାଗର ୩ ଗୋଟି ଟ୍ରାନ୍ସଫରମରକୁ ବନ୍ଦ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ସେହିପରି ଅନେକ ସମୟରେ କେସିଙ୍ଗା ସ୍ଥିତ ୩୩ କେଭି ଗ୍ରୀଡ-ସବଷ୍ଟେସନରୁ ବିଦ୍ୟୁତ୍‌ ଯୋଗାଣ ମଧ୍ୟ ବନ୍ଧ କରିବାକୁ ପଡୁଅଛି । ଏହିପରି ବିଦ୍ୟୁତ୍‌ ସେବା ବ୍ୟାହତ ଫଳରେ ୨୦ ହଜାରରୁ ଉର୍ଦ୍ଧ୍ୱ ଟିପିଡବ୍ଲୁଓଡିଏଲ୍‌ ଗ୍ରାହକ ଅନବରତ ବିଦ୍ୟୁତ୍‌ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ ଆମେ ଦୁଃଖପ୍ରକାଶ କରିବା ସହ ଜନସାଧାରଣ, ପ୍ରଶାସନ ତଥା ଗ୍ରାହକଙ୍କ ସହଯୋଗ କାମନା କରୁଅଛୁ ।

hiranchal ad1
Leave A Reply

Your email address will not be published.

5 × 3 =