ମ୍ୟାଟ୍ରିକ ପରୀକ୍ଷା ଫଳ: ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦମଦାର ସଫଳତା

0 81

ଫୁଲବାଣୀ:ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକମାନଙ୍କ ଖୁସି କହିଲେ ନ ସରେ । ସରକାରଙ୍କ ମ୍ୟାଟ୍ରିକ ଫଳାଫଳ ଘୋଷଣାନାମା ଅନୁସାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶତ ପ୍ରତିଶତ ଫଳାଫଳ ହାତେଇ ଥିବା ଜଣାଯାଇଛି । ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ମୋଟ ୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ଏ୧ ଶ୍ରେଣୀରେ ୬ ଜଣ, ଏ୨ ଶ୍ରେଣୀରେ ୮ଜଣ, ବି୧ ଶ୍ରେଣୀରେ ୧୫ ଜଣ, ବି୨ ଶ୍ରେଣୀରେ ୩୬ ଜଣ, ସି ଶ୍ରେଣୀରେ ୧୮ ଜଣ ଓ ଡି ଶ୍ରେଣୀରେ ୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ଏ୧ଶ୍ରେଣୀର୬ ଜଣଙ୍କ ମଧ୍ୟରେ ଛାତ୍ରୀ ଅଙ୍କିତା ରାଉତ ମୋଟ ୫୬୭/୬୦୦(୯୪.୫ %) ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଓ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଲିବୁନ କୁମାର କର ୫୬୩(୯୩.୮%) ନମ୍ବର ରଖି ଜିଲ୍ଲାରେ ତୃତୀୟ ଓ ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ, ଇପ୍ସିତା ବିଷୋୟୀ ୫୪୩(୯୦.୫%) ନମ୍ବର ରଖି ବିଦ୍ୟାଳୟରେ ତୃତୀୟ ସ୍ଥାନ, ବିଭୁପ୍ରସାଦ ତ୍ରିପାଠୀ ୫୪୨(୯୦.୩%) ନମ୍ବର ରଖି ଚତୁର୍ଥ ସ୍ଥାନ, ସ୍ନେହାମୟୀ ଶାସନି ୫୪୧(୯୦.୧%)ନମ୍ବର ରଖି ପଞ୍ଚମ ସ୍ଥାନ ଏବଂ ଆୟୁଷ କୁମାର ସାହୁ ୫୪୦(୯୦%)ନମ୍ବର ରଖି ଷଷ୍ଠ ସ୍ଥାନରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିପାରିଛନ୍ତି । ବିଦ୍ୟାଳୟର ସଫଳତାକୁ ନେଇ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି. ଶିବ ଶଙ୍କର ପାତ୍ର, ବିଦ୍ୱତ ପରିଷଦର ସଭାପତି ବାସୁଦେବ ପ୍ରହରାଜଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ବୃନ୍ଦ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ, ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତ ସାମନ୍ତରାୟ, ବିଦ୍ୟା ମନ୍ଦିର ବିଭାଗର ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକ, ଅନୀଲ କୁମାର ସାହୁ, ରାଜେଶ ପ୍ରଧାନ,ସୁଜିତ ପ୍ରଧାନ, ଦୁଃଶାସନ ଦିଗାଲ, ଆଚାର୍ଯ୍ୟା ସବିତା କୁମାରୀ ମିଶ୍ର, ପ୍ରତିଭା ଦାଶ, ସ୍ମିତା ଗୁରୁ ପ୍ରମୁଖ ଆଚାର୍ଯ୍ୟ ଆଚାର୍ଯ୍ୟା ନିଜକୁ ଗୌରବାନ୍ୱିତ ମନେ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏତଦ୍‌ ବ୍ୟତୀତ ବିଦ୍ୟାଳୟ ପରିଚାଳନା ସମିତି ତଥା ପ୍ରଧାନ ଆଚାର୍ଯ୍ୟ ସଫଳତାର ସମସ୍ତ ଶ୍ରେୟ ବିଦ୍ୟାଳୟର ବିଦ୍ୟା ମନ୍ଦିର ବିଭାଗର ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ପ୍ରଦାନ କରିଛନ୍ତି ଓ ଆଗାମୀ ଶିକ୍ଷା ବର୍ଷରେ ମଧ୍ୟ ଏପରି ସଫଳତା ଅର୍ଜନ କରିବା ପାଇଁ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଉତ୍ସାହିତ କରିଛନ୍ତି । ପୁନଶ୍ଚ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ, ସେବକ ସେବିକା ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ଏବଂ ପରିଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତଙ୍କ ତରଫରୁ ମଙ୍ଗଳ କାମନା କରାଯାଇଛି ।

hiranchal ad1
Leave A Reply

Your email address will not be published.

nine − 1 =