ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କର ଭୂମିକା ସଂପର୍କରେ ଆଲୋଚନାଚକ୍ର,ସାମ୍ବାଦିକତା ସମାଜର ଏକ ଅବିଛେଦ ଅଙ୍ଗ : ଜିଲାପାଳ

0 83

ନବରଙ୍ଗପୁର: ଜିଲା ପ୍ରଶାସନ ପକ୍ଷରୁ ଜିଲାପଞ୍ଚାୟତ ସାଧନକେନ୍ଦ୍ର ଠାରେ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକମାନଙ୍କର ଭୂମିକା ସଂପର୍କରେ ଏକ ଜିଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଡଃ. କମଳଲୋଚନ ମିଶ୍ର ଯୋଗଦେଇ ସମାଜର ବିକାଶରେ ସାମ୍ବାଦିକ ମାନଙ୍କର ଭୂମିକା ଅତିଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସାମ୍ବାଦିକତା ସମାଜର ଏକ ଅବିଛେଦ ଅଙ୍ଗ, ସାମ୍ବାଦିକଙ୍କର ବିନା ସମାଜର ବିକାଶ କରାଯାଇ ନପାରେ । ଏହାର ଗୁରୁତ୍ୱ କମାଇବା ପାଇଁ କାହାର ଶକ୍ତି ନାହିଁ । ଗଣମାଧ୍ୟମ ପ୍ରତି ଅନ୍ୟମାନଙ୍କର ଭୟଭ୍ରାନ୍ତି ଓ ଚାପ ରହିଛିି । ତେବେ ଖବର ପରିବେଷଣ ତଥ୍ୟ ଭିତ୍ତିକ ଓ ଅନୁସନ୍ଧାନ ମୂଳକ ହେବା ଆବଶ୍ୟକ ବୋଲି କହିଥିଲେ ।
ଏବେ ସାମାଜକି ଗଣମାଧ୍ୟମ ସମସ୍ତଙ୍କର ପାଇଁ ଚିନ୍ତାକାରଣ ହୋଇଥିବାବେଳେ ଏଥିରେ ବୃତ୍ତିଗତ ସାମ୍ବାଦିକ କମ୍‌ ରହୁଛି ତେବେ ସାମ୍ବାଦିକତା ଏକ ମହାନ ବୃତ୍ତି ବୋଲି ବର୍ଣ୍ଣନା କରି କହିଥିଲେ । ଜିଲାର ସମସ୍ତ ସରକାରୀ ଅଧିକାରୀ ସମସ୍ତ ଖବର ପରିବେଷଣ ପାଇଁ ସହଯୋଗ କରିବେ ବୋଲିି କହିଥିଲେ । ଜିଲା ସମସ୍ୟା ସମାଧାନ କରାଯିବା ସହ ଜିଲାର ବିକାଶରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ଯୋଗଦେଇ ସେ ଏହି ଜିଲାରେ ଦୀର୍ଘବର୍ଷ ରହିଥିବାବେଳେ ଜିଲା ପ୍ରଶାସନକୁ ସାମ୍ବାଦିକ ମାନଙ୍କର ସହଯୋଗ ରହି ଆସିଛି । ସମସ୍ତେ ସକରାତ୍ମକ ମନୋଭାବ ନେଇ କାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରତିକୂଳପରିବେଶରେ ମଧ୍ୟ ସାମ୍ବାଦିକମାନେ କାମ କରୁଥିବାବେଳେ ପରସ୍ପରର ସହଯୋଗରେ ଜିଲାକୁ ଆଗେଇ ନେଇ ହେବ ବୋଲି କହିଥିଲେ । ଅନ୍ୟତମ ଅତିଥୀ ଭାବେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଜିଲା ମଙ୍ଗଳ ପାଇଁ ଗଣ ମାଧ୍ୟମ ପ୍ରତିନିଧି ଓ ଜିଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ । ଜିଲା ଉନ୍ନତି ପାଇଁ ଗଣମାଧ୍ୟମର ସହଯୋଗ ଦରକାର । ସାମ୍ବାଦିକ ମାନେ ସମାଜର ପରିବର୍ତ୍ତନ ପାଇଁ କାମ କରୁଥିବା କହିଥିଲେ । “ସମାଜ” ଖବରକାଗଜ ସ୍ୱାଧୀନତା ଆନ୍ଦୋଳନର ମୁଖପତ୍ର ଥିଲା । ସାମ୍ବାଦିକ ମାନେ ଶାସକ ଓ ଶାସିତ ଭିତରେ ଯୋଗସୂତ୍ର ରକ୍ଷାକାରୀ ବୋଲି କହିଥିଲେ । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସ୍ୱାଗତ ଜଣାଇ ସାମ୍ବାଦିକଙ୍କର ପାଇଁ ରହିଥିବା ସରକାରୀ ସୁବିଧା ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ସାମ୍ବାଦିକ ରାମଚନ୍ଦ୍ର ଦଳେଇ, ସରୋଜ ବେହେରା, ଭାଗୀରଥୀ ମଲ୍ଲିକ, ସଦାଶିବ ପ୍ରହରାଜ, ପି.ପ୍ରକାଶ, ବାଙ୍କ ବିହାରୀ ବିଷୋୟୀ, ଏସ.ଏନ ପଟ୍ଟନାୟକ, ଆଦିତ୍ୟ ସାହୁ, ରାମକିରଣ ପଟ୍ଟନାୟକ, ଶିବ ଶଙ୍କର ତ୍ରିପାଠୀ, ସୀମାଞ୍ଚଳ ପଟ୍ଟନାୟକ ଓ ସୁଶାନ୍ତ କୁମାର ବେହେରା ପ୍ରମୂଖ ସାମ୍ବଦିକଙ୍କର ଦାୟିତ୍ୱ, କର୍ତ୍ତବ୍ୟ ଓ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ଜିଲାର ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × three =