ପୁଷ୍ଟିଜନିତ ସମସ୍ୟାର ସମାଧାନ ଓ ଅପପୁଷ୍ଟିକୁ ଦୂର କରିବା ନିମନ୍ତେ ତାଲିମ ଶିବିର

0 53

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଜୀବିକା ମିଶନ ଶକ୍ତି ପକ୍ଷରୁ ସହଭାଗି ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଗାଁରେ ଥିବା ପୁଷ୍ଟି ଜନିତ ସମସ୍ୟାର ଚିହ୍ନଟ କରିବା ଓ ସାମୂହିକ ଉଦ୍ୟମରେ ତାର ଉପଯୁକ୍ତ ସମାଧାନ କରି ଅପପୁଷ୍ଟିକୁ ଦୂର କରିବା ଉପରେ ଦୁଇ ଦିନିଆ ତାଲିମ ଶିବିର ଘୁ.ଉଦୟଗିରି ସମନ୍ୱିତ ସଭାଗୃହ ଠାରେ ଗତକାଲିଠାରୁ ଆରମ୍ଭ ହୋଇଛି ଓ ଆସନ୍ତା କାଲି ସରିବ । କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ତାଲିମ ପ୍ରଶିକ୍ଷକ ଦେବେନ୍ଦ୍ର ପଣ୍ଡା (ଡ଼ିଏଲଟି ଓଏଲଏମ) ଅଶୋକ ସାହାଣୀ ତାଲିମ ଦେଇଥିବା ବେଳେ ସ୍ୱାଧୀନ କୁମାର ରାଉତ (ବିଏଲଆରପି,ଦାରିଙ୍ଗବାଡ଼ି) ସାନୁଜ କୁମାର ପ୍ରଧାନ (ବିପିଏମ,ଓଏଲେଏମ,ଘୁ ଉଦୟଗିରି)ରତିକାନ୍ତ ସାହୁ (ବିଏଲସି ଓଏଲଏମ ଘୁ.ଉଦୟଗିରି)ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଲକର୨୮ଜଣ ମହିଳା ସଦସ୍ୟା ଉପସ୍ଥିତ ରହିଥିଲେ । ଏହା ସହଭାଗୀ ଶିକ୍ଷା କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ । ଏଠାରେ ୫ଗୋଟି ବିଷୟରେ ତାଲିମ ଦିଆଯାଇଥିଲା ଯଥା ବିଷ ପ୍ରୟୋଗ ଦ୍ୱାରା ଖାଦ୍ୟ କେମିତି ପ୍ରଦୂଷିତ ହେଉଛି ଓ ଏହାର ନିରାକରଣ । ମୁହଁ ଦ୍ୱାରା ମଳ ସଂକ୍ରମଣ ଓ ପ୍ରତିକାର, ଋତୁସ୍ରାବ ସମୟରେ ସ୍ୱଚ୍ଛତା ଓ ଲୌହ ବଟିକାର ସେବନ ଏବଂ କମ ବୟସରେ ବିବାହ ଯୋଗୁ ସମସ୍ୟା ଓ ଏହାର ନିରାକରଣ,ବିଭିନ୍ନ କାର୍ଯ୍ୟ ପନ୍ଥାରେ ହେଉଥିବା ରଣନୀତିର ସମସ୍ୟା, ପୁଷ୍ଟିହୀନତା ଦୁରକରିବା ରଣକୌଶଳକୁ ମଜବୁତ କରିବା,ଏହିପରି ବିଭିନ୍ନ ମହିଳାମାନଙ୍କୁ ତାଲିମ ଦିଆଯାଇଥିଲା । ସେମାନେ ନିଜ ନିଜ ଅଞ୍ଚଳରେ ଅନ୍ୟମାନଙ୍କୁ ତାଲିମ ଦେବେ ଯାହାଫଳରେ ଉପରକ୍ତ ବିଷୟଗୁଡିକ ଦ୍ୱାରା ଲୋକ ସଚେତନତା ହୋଇପାରିବେ ଏବଂ ସୁସ୍ଥ ସମାଜ ଗଠନ ହୋଇପାରିବ ।

hiranchal ad1
Leave A Reply

Your email address will not be published.

five × 3 =