ପଞ୍ଚାୟତ ଫଳାଫଳ, ୨ୟ ଦିନରେ ୩୦୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି ଗଣତି

0 71

ଭୁବନେଶ୍ୱର: ପଞ୍ଚାୟତ ଫଳାଫଳ । ଆଜି ଦ୍ୱିତୀୟ ଦିନରେ ୩୦୯ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ ଗଣତି ହେବ। ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍‌ ଦଖଲ କରିବ। ରାଜ୍ୟରେ ମୋଟ ୮୫୩ ଜିଲ୍ଲା ପରିଷଦ ଜୋନରୁ ୨୦୧୭ରେ ବିଜେଡି ୪୭୬ରେ ବିଜୟୀ ହୋଇଥିଲା ।

hiring

ତେବେ ମୟୂରଭଂଜରୁ ମାଲକାନଗିରି । ପୁରୀରୁ ନୂଆପଡ଼ା । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଶଙ୍ଖନାଦ । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସଠୁ ବହୁ ଆଗରେ ବିଜେଡି । ପ୍ରଥମ ଦିନ ପଞ୍ଚାୟତ ଭୋଟ୍‌ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି । ଶନିବାର ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ବିଜେଡି ଏକାକୀ ୨୮୨ଟି ପୋଛି ନେଉଛି । ବିଜେପି ମାତ୍ର ୧୨ଟି, କଂଗ୍ରେସ ୧୬ଟି ଓ ଅନ୍ୟ ଦଳ ୫ଟିରେ ଜିତିବାକୁ ଯାଉଛି ।

hiranchal ad1
Leave A Reply

Your email address will not be published.

13 + 4 =