ଭାଇରସ୍ ଥିବା ଯାଏ ପ୍ରଜାତି ବଦଳିବ

0 113

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଥିବା ବେଳେ ମୃତୁ୍ୟ ସଂଖ୍ୟାରେ ବ୍ରେକ୍ ଲାଗୁନି । କୋଭିଡ ନୂଆ ଭାରିଆଣ୍ଟ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ବିଭିନ୍ନ ଭାରିଆଣ୍ଟ ରହିବ । ଭାଇରସ୍ ଥିବା ଯାଏ ପ୍ରଜାତି ବଦଳିବ । ନୂଆ ଭାରିଆ ଅଧିକ ଘାତକ ହେବ କି ନାହିଁ ଡବ୍ଳୁଏଚଓ ପାଖରେ ତଥ୍ୟ ନାହିଁ । ସାଇଣ୍ଟିଫିକ୍ ତଥ୍ୟରେ ନାଜାଲ ଡ୍ରଫ କାମ କରୁଛି, ଗାଇଡଲାଇନ୍ସ ଆସିଲେ ଯାହା ହେବ ।ଏବେ ବି ବହୁ ରୋଗୀ ଭେଣ୍ଟିଲେଟରରେ, ତେଣୁ ମୃତୁ୍ୟ ସଂଖ୍ୟା ଏପରି ରହିବ । ବର୍ତ୍ତମାନ ୭୦ରୁ ୭୧ଜଣ ଆକ୍ରାନ୍ତ ଭେଣ୍ଟିଲେଟରରେ ଅଛନ୍ତି । ସଂକ୍ରମଣ ପିକ୍ ପରେ ମୃତୁ୍ୟହାର କମିବାକୁ ୬ରୁ ୭ସପ୍ତାହ ଲାଗିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । 

hiranchal ad1
Leave A Reply

Your email address will not be published.

16 − 13 =