ଜି. ଉଦୟଗିରି ଏସବିଆଇ ପକ୍ଷରୁ ମୁଖ୍ୟ ଶାଖାରେ ବ୍ୟାଙ୍କ ଅଦାଲତ ଅନୁଷ୍ଠିତ

0 50

ଜି. ଉଦୟଗିରି: ବ୍ୟାଙ୍କ ଅଦାଲତ ଶୁଣିଲା ବେଳେ ଟିକେ ଅଲଗା ଲାଗୁଛି । ହେଲେ ଜି. ଉଦୟଗିରି ସ୍ଥିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଠାରେ ବ୍ୟାଙ୍କ ତରଫରୁ ଏକ ବ୍ୟାଙ୍କ୍‌ ଅଦାଲତ ଅର୍ଥାତ୍‌ ଋଣ ନେଇଥିବା ଗ୍ରାହକମାନଙ୍କ ଋଣ ପରିଶୋଧ ସମ୍ବନ୍ଧିତ ସମାଧାନ ଓ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କ୍‌ ମ୍ୟାନେଜର ସୁନିଲ ସାବତ ତାଙ୍କ ବ୍ରାଞ୍ଚ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମର ଦାୟିତ୍ୱ ନିର୍ବାହ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ୭୫ ଜଣଙ୍କ ମଧ୍ୟରୁ ୨ ଜଣ ପେନସନ ଓ ଜଣେ ପର୍ଶନାଲ୍‌ ଲୋନ ଗ୍ରାହକମାନଙ୍କ ଋଣ ପରିଶୋଧ ନିମନ୍ତେ ସମୁଦାୟ ୭୫ ପ୍ରତିଶତ ଋଣ ଛାଡ କରି ସମାଧାନ କରାଯାଇଥିଲା । ଏହି ଋଣ ଛାଡର ସମୟ ସୀମା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ସମୟ ସୀମା ମଧ୍ୟରେ ଅନ୍ୟ ଗ୍ରାହକ ବ୍ରାଞ୍ଚକୁ ଆସି ନିଜ ନିଜ ଋଣ ସମାଧାନ ନିମନ୍ତେ ଯୋଗାଯୋଗ କରିବାକୁ ସୂଚନା ଦେଇଛନ୍ତି । ଶାଖା ମୁଖ୍ୟଙ୍କ କହିବା ଅନୁସାରେ ଜନ ସାଧାରଣଙ୍କୁ ଋଣ ପରିଶୋଧ କରିବା ନିମନ୍ତେ ସାହାଯ୍ୟ ସହଯୋଗ କରିବା ପାଇଁ ଏପରି କାର୍ଯ୍ୟକ୍ରମ କରାଯାଇଥାଏ । କାର୍ଯ୍ୟକ୍ରମରେ ଧାରକଙ୍କ ଆର୍ଥିକ ସ୍ଥିତିକୁ ସମୀକ୍ଷା କରି ସମାଧାନ କରାଯାଇଥାଏ । ଏ ସମ୍ବନ୍ଧରେ ଗ୍ରାହକମାନଙ୍କୁ ଆଗରୁ ସୂଚନା ଦିଆଯାଇଥିଲେ ମଧ୍ୟ ଅଧିକାଂଶ ଗ୍ରାହକ ବ୍ୟାଙ୍କ୍‌ ଅଦାଲତକୁ ଆସୁନାହାନ୍ତି । କି ଋଣ ପରିଶୋଧ କରୁନାହାନ୍ତି, ଯାହା ଫଳରେ ଗ୍ରାହକଙ୍କ ସିଭିଲ ଷ୍ଟାଟସ୍‌ ଖରାପ ହୁଏ ଓ ଭବିଷ୍ୟତରେ କୌଣସି ପ୍ରକାର ଋଣ ମିଳିବ ନାହିଁ । ବ୍ୟାଙ୍କ ଅଦାଲତର ସମାଧାନ ନିମନ୍ତେ ଥିବା ୩ ଟି ପର୍ଯ୍ୟାୟ ପରେ ଗ୍ରାହକଙ୍କୁ ସିଭିଲ କୋର୍ଟକୁ ଯିବାକୁ ହେବ । ତତ୍‌ ସହିତ ନିଜ ସାମାଜିକ ସମ୍ମାନରେ ଅବନତି ହେବାର ଆଶଙ୍କା ରହିଛି । ସମୟସୀମା ମଧ୍ୟରେ ତାଲିକାଭୁକ୍ତ ସମସ୍ତ ଋଣ ନେଇଥିବା ଗ୍ରାହକ ବ୍ୟାଙ୍କ୍‌ ଆସି ନିଜ ଋଣ ପରିଶୋଧ ସମାଧାନ ସମ୍ବନ୍ଧେ ଯୋଗାଯୋଗ କରିବାକୁ ସମସ୍ତ ଗ୍ରାହକମାନଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one + 7 =