କୁହୁଡ଼ି ହେଲା କାଳ;ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣା, ୩ ଆହତ

0 468

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡୁଲୁରୀ ବୁଲାଣିରେ ଶନିବାର ବିଳମ୍ବିତ ରାତିରେ ଏକ ହ୍ୟୁଣ୍ଡାଇ ଏକସେଣ୍ଟ କାର ଦାରିଙ୍ଗବାଡ଼ି ପଟୁ ବ୍ରାହ୍ମଣୀଗାଁ ରାସ୍ତାରେ ଯାଉଥିବା ସମୟରେ ଘନ କୁହୁଡ଼ି ଯୋଗୁଁ ବୁଲାଣିରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ରାସ୍ତାରୁ ଖସି ବାମ କଡ଼ରେ ଥିବା ପାଣି ପମ୍ପ ଗୃହର ପାଚେରୀରେ ଧକ୍କା ଦେଇ ପାଚେରୀ ଭାଙ୍ଗି ଓଲଟି ପଡିଥିଲା ଯାହା ଫଳରେ କାରରେ ଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଦାରିଙ୍ଗବାଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଅବସ୍ଥା ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଆହତ ହୋଇଥିବା ଲୋକମାନେ କନ୍ଧମାଳ ଜିଲ୍ଲା କୋଟଗଡ଼ ଯାକେସି ଅଞ୍ଚଳର ହୋଇଥିବା ଜଣା ପଡ଼ିଛି ।

hiranchal ad1
Leave A Reply

Your email address will not be published.

nine + three =