ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ

0 157

ଦଶପଲ୍ଲା : କୃଷି ଓ କୃଷକର ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ବାରମ୍ବାର ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଆସିଛି । କିନ୍ତୁ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତି ଏ ପର୍ଯ୍ୟନ୍ତ ପୂରଣ କରିନାହାନ୍ତି । ଜିଲ୍ଲା ର ସିଏସଓ ଏବଂ ମିଲର ଆସୋସିଏସନ ବାରମ୍ବାର ଧାନ ର ମାନ କୁ ( ଏଫକ୍ୟୁ) ନେଇ ପ୍ରଶ୍ନ ଉଠାଉଛନ୍ତି ଏବଂ କୁଇଣ୍ଟାଲ ପିଛା ୧୦-୧୨ କେ.ଜି. ଧାନ ମଣ୍ଡିରେ କଟା ଯାଉଛି । ଯାହାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ଗତ ୧୦ ତାରିଖରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲା ଏବଂ ସିଏସଓଙ୍କ ଉପସ୍ଥିତିରେ ଧାନର ମାନ ( ଏଫକ୍ୟୁ ) ପରୀକ୍ଷା କରାଯାଇ , ଧାନର ମାନ ଠିକ ଅଛି ବୋଲି ସିଏସଓ ତାଙ୍କ ମତରେ ପ୍ରକାଶ କରିଥିଲେ । ଏହା ପରେ ସିଏସଓ ପ୍ରତିଶୃତି ଦେଇଥିଲେ ଯେ , ଫେବୃଆରୀ ୧୪ କିମ୍ବା ୧୫ ତାରିଖ ଭିତରେ ଟ୍ୟାକ୍ସ ସେକ୍ରେଟେରୀ ୟୁନିଅନ, ମଲରଶ ୟୁନିଅନ ଏବଂ ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ବୈଠକ କରାଯାଇ ଧାନର କଟନୀ ଛଟନୀ ବନ୍ଦ ପାଇଁ ପ୍ରସ୍ତାବ ରଖାଯିବ । କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ ବୈଠକ ଡାକି ନାହାନ୍ତି । ଯାହା ଫଳରେ ମଣ୍ଡିରେ କଟନୀ ଛଟନି ଚାଲିଛି ଏବଂ ଚାଷୀର ଟୋକନ ମଧ୍ୟ ରଦ୍ଦ ହେବାକୁ ଯାଉଛି । ଏହି ପରିସ୍ଥିତିରେ ଯଦି ଜିଲ୍ଲା ପ୍ରଶାସନ ଏହି ସବୁ ସମସ୍ୟାର ସମାଧାନ ପାଇଁ ସିଏସଓଙ୍କର ପୂର୍ବର ପ୍ରତିଶୃତି ଅନୁସାରେ ସାତ ଦିନ ମଧ୍ୟରେ ଉକ୍ତ ବୈଠକ ଡକା ଗଲା ନାହିଁ ।ତେଣୁ ଅଦ୍ୟ ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ । ଏ କଥା ଗତ ୧୬ ତାରିଖ ଦିନ ସିଏସଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ଦିଆଯାଇଥିଲା କିନ୍ତୁ ଜିଲ୍ଲାପାଳ ଏହାର ସମାଧାନ ଏପର୍ଯ୍ୟନ୍ତ କଲେ ନାହିଁ । ତେଣୁ ନବ ନିର୍ମାଣ କୃଷକ ସଂଗଠନ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ଆରମ୍ଭ କରିଛି । ୧.ଯେ ପର୍ଯ୍ୟନ୍ତ ଧାନ ମଣ୍ଡିରୁ ମିଲର ମାନେ ଚାଷୀଙ୍କ ଠାରୁ ଚଞ୍ଚଳତା କରି କଟନୀଛଟନିରେ ୧୦ ରୁ ୧୨ କେଜି ନେଇଥିବା ଧାନର ଟଙ୍କା ଫେରାଇ ନାହାନ୍ତି । ୨.ଟୋକନ ରଦ୍ଦ ହୋଇଥିବା ଚାଷୀଙ୍କର ଟୋକନକୁ ବୈଧତା କରି ତାଙ୍କର ଧାନକୁ ନେଇ ନାହାନ୍ତି ଓ ଜୱାଦ ବାତ୍ୟାର କ୍ଷୟକ୍ଷତି ପାଇଁ ଗଣିଆ ଓ ଦଶପଲ୍ଲା ବ୍ଳକକୁ ସାମିଲ କରାଯାଇନାହିଁ ସେ ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଂଗଠନର ଏହି ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବେ ଚାଲୁ ରହିବ ।

hiranchal ad1
Leave A Reply

Your email address will not be published.

12 + 5 =