ବିଧାନସଭାର୧୧ନଂ ରୁମ୍‌ରେ ସମୟ ବିତାଇବେ ରାଷ୍ଟ୍ରପତି

0 65

ଭୁବନେଶ୍ଵର: ସେବେ ଥିଲେ ମନ୍ତ୍ରୀ, ଏବେ ରାଷ୍ଟ୍ରପତି। ସାକ୍ଷୀ ରହିଛି ବିଧାନସଭାର ସେହି ୧୧ନଂ ରୁମ୍। ପୁରୁଣା ଦିନର ସେହି ସ୍ମୃତି ସାଉଁଟିବାକୁ ୧୧ନଂ ରୁମ୍‌ରେ କିଛି ସମୟ ବିତାଇବେ ମହାମହିମ। ୨୭ ତାରିଖରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ। ଯାହାକି ଓଡ଼ିଶା ଇତିହାସରେ ପ୍ରଥମ ଏବଂ ଐତିହାସିକ। ରାଷ୍ଟ୍ରପତି ଅଭିଭାଷଣ ରଖିବା ପରେ ୧୧ନଂ ରୁମ୍‌କୁ ଆସି କିଛି ସମୟ ବିତାଇବେ। ୨୦୦୦ ରୁ ୨୦୦୪ ଯାଏଁ ପରିବହନ ମନ୍ତ୍ରୀ ଥିବା ବେଳେ ୧୧ନଂ ରୁମ୍ ତାଙ୍କର କାର୍ଯ୍ୟାଳୟ ଥିଲା। ସେଥିପାଇଁ ବିଧାନସଭା ସମେତ ଏହି ଚାମ୍ଵରକୁ ସଜା ଯାଇଛି।

hiranchal ad1
Leave A Reply

Your email address will not be published.

two + thirteen =