ପୁରୀ-ପବିତ୍ର ସ୍ନାନ ଯାତ୍ରା ଅବସରରେ ବାଲୁକା ଚିତ୍ର କଳାରେ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସେ ଏକ ବାଲୁକା ଚିତ୍ରକଳା ତିଆରି କରିଛନ୍ତି। ବାଲୁକା ଚିତ୍ର କଳାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରାର ଝଲକ ସେ ଦର୍ଶାଇଚନ୍ତି। ବାଲିରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ପ୍ରଭୁ ବଲଭଦ୍ର, ଦେବୀ ସୁଭଦ୍ରା ଙ୍କ ସହିତ 108 କଳସକୁ ସ୍ଥାନ ଦିଆଯାଇଛି। ଏହି କଳାକୃତି ଦେଖିବାକୁ ବେଳାଭୂମି ରେ ପର୍ଯ୍ୟଟକ ଙ୍କ ଭିଡ ଜାଣିଥିଲା।
