ଅକ୍ଟୋବର ୯ରୁ ନଭେମ୍ବର ୯ ଯାଏଁ ବିଜେଡିର ପଦଯାତ୍ରା

0 181

ଭୁବନେଶ୍ବର : ବିଜେଡିର ପଦଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି । ଦେବୀ ମିଶ୍ର କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପ୍ରତିବର୍ଷ ପଦଯାତ୍ରା କରେ । ଏଥିରେ ଜନତାଙ୍କ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳିତ କରାଯାଏ । ଏହାକୁ ତୃଣମୂଳ ସ୍ତର ଯାଏଁ ନିଆଯାଏ । ଚଳିତ ବର୍ଷ ପାର୍ବଣ । ଏହାକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅକ୍ଟୋବର ୨ରେ ଗାନ୍ଧିଜୀଙ୍କ ମୂର୍ତ୍ତି ଆଗରେ କେବଳ ଶ୍ରଦ୍ଧା ସୁମନ ହିଁ ଦିଆଯାଇ ପଦଯାତ୍ରାର ସଂକଳ୍ପ ନିଆଯିବ । ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା ହେବ । ବିଜେଡି ସରକାର ଯେଉଁ ରୂପାନ୍ତର ଆଣିଥିଲା, ସେ ନେଇ ଆଲୋଚନା ହେବ ବୋଲି ଦେବୀ କହିଛନ୍ତି । ୧୫ ମାସର ସରକାରଙ୍କ ବିଫଳତା ନେଇ ଲୋକ ଅଭିଯୋଗ କଲେଣି । ପଦଯାତ୍ରାରେ ଏହି କଥା ସହ ନବୀନ ପଟ୍ଟନାୟକଙ୍କ ବିକାଶ ସମ୍ପର୍କରେ ଜଣାଇ ଦିଆଯିବ । ପାର୍ବଣ ଦିନରେ ପଦଯାତ୍ରା ହେବନି । ଏଥିରେ ବିଜେଡିର ସମସ୍ତ ଛାମୁଆ ସଂଗଠନ ଯୋଗ ଦେବେ ବୋଲି ଦେବୀ ମିଶ୍ର କହିଛନ୍ତି ।       

hiranchal ad1
Leave A Reply

Your email address will not be published.

17 − 3 =