ଦଶପଲ୍ଲା : ବିଳମ୍ବିତ ରାତି ସମୟରେ ଦଶପଲ୍ଲା ଥାନା ନିକଟସ୍ଥ ସରିଗଣ୍ଡା ଗ୍ରାମ ନିକଟରେ ଟ୍ରକକୁ ଓଭରଟେକ କରିବାକୁ ଯାଇ ବିଲ ଭିତରେ ପଶି ଓଲଟିପଡିଲା OD03F5188 ନମ୍ବର ମିଶ୍ର ନାମକ ଏକ ଘରୋଇ ଯାତ୍ରୀବାହୀ ବସ। ଯେଉଁଥିରେ ସମୁଦାୟ ୧୬ଜଣ ଯାତ୍ରୀ ଯାଉଥିବାବେଳେ ସେଥିମଧ୍ୟରୁ ୧୨ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ କିଛି ଲୋକଙ୍କ କହିବା ମୁତାବକ ବସ ଟି ଦଶପଲ୍ଲାରୁ ବୌଦ୍ଧ ଅଭିମୁଖେ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ପରେ ଚାଳକ ଫେରାର୍ ହୋଇଯାଇଥିବାବେଳେ, ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।
