ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

0 90

ଭୁବନେଶ୍ୱର : ଚଳିତ ମାସ ୨୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧିବା ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି; କିନ୍ତୁ ସମ୍ଭାବ୍ୟ ଲଘୁଚାପ ଗତିବିଧି ଏବଂ କେଉଁ ରାଜ୍ୟ ଉପରେ ପ୍ରଭାବ ପକାଇବ ସେ ନେଇ କୌଣସି ସ୍ପଷ୍ଟ ଆକଳନ କରାଯାଇ ନାହିଁ। ୯ ଦିନରୁ ଊର୍ଦ୍ଧ୍ବ ସମୟ ବାକି ଥିବାରୁ ଏବେଠାରୁ ସ୍ପଷ୍ଟ କରିବା ସମ୍ଭବ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ରାତି ଓ ସକାଳ ସମୟରେ ଅନୁଭୂତ ହେଉଥିବା ଶୀତ ପ୍ରକୋପ ସାମାନ୍ୟ କମିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତତଳକୁ ଖସି ପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡ, କିରେଇ ଓ ଦାରିଙ୍ଗବାଡିରେ ୧୩ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ଭୁବନେଶ୍ବର ୧୮.୮ ଡିଗ୍ରୀ ଏବଂ କଟକ ୧୮ ଡିଗ୍ରୀ ପାରଦ ରହିଛି।

hiranchal ad1
Leave A Reply

Your email address will not be published.

three × one =