ଆଜି ବଲାଙ୍ଗୀର ଦିନ : ଉଠୁଛି ପଡୁଛି ସହର, ଦୁଲକିବ କୋଶଲ କଳାମଣ୍ଡପ

0 281

ବଲାଙ୍ଗୀର : ଆଜି ବଲାଙ୍ଗୀର ଦିନ ପାଳନ ପାଇଁ କମ୍ପୁଛି ବଲାଙ୍ଗୀର ସହର । ଐତିହାସିକ କୋଶଲ କଳାମଣ୍ଡପରୁ ବାହାରିଛି ବିରାଟ ସାଂସ୍କୃତିକ ଶୋଭାଯାତ୍ରା । ଢୋଲ ନିଶାନ ଘଣ୍ଟଘଣ୍ଟା, ଘୁମୁରା, ତାସା ଇତ୍ୟାଦି ଶଦ୍ଦରେ ସହର କମ୍ପୁଛି । ମୁଖ୍ୟ ରାସ୍ତାରେ ରଙ୍ଗ ବେରଙ୍ଗ ଭଳିକି ଭଳି ନୃତ୍ୟଗୀତରେ ଉତ୍ସବ ମୁଖର ବଲାଙ୍ଗୀର ସହର । ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ପତାକା ଦେଖାଇ ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ଦୁଲଦୁଲି, ଘଣ୍ଟପାଟି, ଘୁମୁରା ବାଦ୍ୟ, କଲଙ୍ଗା ନାଚ, ଆଦିବାସୀ ନୃତ୍ୟ ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସାମିଲ ହୋଇଛନ୍ତି ।

hiring

ସାଂସ୍କୃତିକ ପଟୁଆର ମା ସମଲେଇ ଓ ମା ପାଟଣେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚି ପୂଜାପାଠ ସହ ଫେରିବା ପରେ କୋଶଲ କଳାମଣ୍ଡପ ଠାରେ ଅନୁଷ୍ଠିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ସୂଚନା ଅନୁସାରେ,ଅପରାହ୍ନ ୪ଟାରେ ଲୋକ ଗୀତ, ସନ୍ଧ୍ୟା ୬ଟାରେ ର‍୍ୟାମ୍ପ ସୋ, ୬ଟା ୩୦ ମିରୁ ସଭା କାର୍ଯ୍ୟ ଓ ୮ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକିବ ମଞ୍ଚ । ନଟରାଜ କଲାପରିଷଦ,ତୁଲସି ସଂଗୀତ ନାଟକ ଏକାଡେ଼ମୀ, କୁରେଫୁଲ କଳା ପରିଷଦ, ଘୁଙ୍ଗୁର କଳା ପରିଷଦ ତଥା ବିଶିଷ୍ଟ ଗାୟକ ପଙ୍କଜ ଜାଲ, ଦୁଃଖି ଶ୍ୟାମ ତ୍ରିପାଠୀ, ରୁକୁ ସୁନା, ବ୍ୟାସଦେବ ପୁରୋହିତ, ଦିଲିପ ଦିପ, ସ୍ୱରୁପା ସିଂ, ଶିବାନନ୍ଦ ତ୍ରିପାଠୀ ପ୍ରମୁଖ ପରିବେଷଣ କରିବେ ରଙ୍ଗାରଙ୍ଗ କଳା । ଜିଲ୍ଲାର ୨ ପଦ୍ମଶ୍ରୀ, ୨ ସାଂସଦ, ସମସ୍ତ ବିଧାୟକ, ୨ ନିଗମ ଅଧ୍ୟକ୍ଷ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦାନ କରିବେ ବୋଲି ଆୟୋଜକ କମିଟୀ ତରଫରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

three × four =