ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

0 93

ପୁରୀ : ପିପିଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ଯୁଧିଷ୍ଠିର ସାମନ୍ତରାୟ ୧୯୯୫ ରୁ ୨୦୦୦ ମସିହା ଯାଏ କଂଗ୍ରେସ ଦଳ ର ବିଧାୟକ ଥିଲେ । ସେହିପରି ୧୯୮୪ ରୁ ୧୯୯୦ ପର୍ଯ୍ୟନ୍ତ ଯୁଧିଷ୍ଠିର ପିପିଲି ଏନଏନସି ଅଧ୍ୟକ୍ଷ ଥିଲେ । ତେବେ ଗତ କିଛିବର୍ଷ ହେବ ସେ ଶାରୀରିକ ଅସୁସ୍ଥତାରେ ଥିବା ବେଳେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ପରଲୋକରେ ପିପିଲିରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶୁଭେଚ୍ଛୁ, ବନ୍ଧୁ ସ୍ୱର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nine + 13 =