ଶ୍ରୀମନ୍ଦିରକୁ ଜଗିବେ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ

0 41

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରକାର । ଶ୍ରୀମନ୍ଦିରକୁ ଜଗିବେ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ । ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆସିଲା ସ୍ୱତନ୍ତ୍ର ମୋଡାଲିଟି । ଏନେଇ ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ ଗଠନ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଙ୍କୁ କରାଗଲା ଚିଠି । ଏଥିରେ ଏକଜ୍ୟୁକୁଟିଭ ଷ୍ଟାଫ ଓ ମିନିଷ୍ଟରିଆଲ ଷ୍ଟାଫ ମିଶି ସମୁଦାୟ ୧୦୮୩ ଜଣ ରହିବେ । ଆଉ ନୁଆ ନିଯୁକ୍ତି ନୁହେଁ ବରଂ ପୁଲିସ ବିଭାଗକୁ ଚୟନ କରି ଡେପୁଟେସନରେ ମୁତୟନ କରାଯିବ । ତେବେ କେବଳ ଶ୍ରୀମନ୍ଦିରର ସରକ୍ଷା ଦାୟିତ୍ୱରେ ନୁହେଁ ଗୁଣ୍ଡିଚା ମନ୍ଦିର, ଶ୍ରୀଦାଣ୍ଡ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମାଉସୀମା ମନ୍ଦିର, ବଡଦାଣ୍ଡ, ଶ୍ରୀଜଗନ୍ନାଥ ବଲ୍ଲଭ ସହ ଶ୍ରୀମନ୍ଦିର ସଂଲଗ୍ନ ଅନେକ ସମ୍ବେଦନଶୀଳ ଜାଗାରେ ଜଗିବେ ଏମାନେ । ସେମାନଙ୍କର ପୋଷାକର ରଙ୍ଗ ଓ ଲୋଗୋ ପୁଲିସ ଡିଜି ଓ ଆଇଜି ନିଷ୍ପତି ନେବାକୁ ମୋଡାଲିଟିରେ ରହିଛି । ତେବେ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଗଠନ କରିବା ସ୍ୱାଗତଯୋଗ୍ୟ ହେଲେ ଏଥିରେକିଛି ସେବାୟତ ଯୁବକମାନଙ୍କୁ ସାମିଲ କରିବା ଦରକାର ବୋଲି କହିଛନ୍ତି ବରିଷ୍ଠ ସେବାୟତ । ହେଲେ ଏମାନେ ନିଜର ଆଚାର ବ୍ୟବହାରରେ ପରିବର୍ତନ ସହ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାରେ ଏମାନେ କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ । ତେବେ ସରକାରଙ୍କ ଏହି ନିଷ୍ପତି ନିହାତି ସ୍ୱାଗତଯୋଗ୍ୟ ଓ ଶ୍ରୀମନ୍ଦିର ପାଇଁ ଏହି ଯୋଜନା ପୂର୍ବରୁ କରାଯାଇଥିଲା ଓ ଏବେ ତାହା କାର୍ଯ୍ୟକାରୀ କରାଯାଉଛି ବୋଲି କହିଛନ୍ତି ପୁରୀ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ।

hiranchal ad1
Leave A Reply

Your email address will not be published.

eighteen + twenty =