ଘୁ.ଉଦୟଗିରି : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ନନ୍ଦଗିରି ଗ୍ରାମଠାରେ ଚାଲିଥିବା ଏକ ବେଆଇନ କାଠ କରତ କଳ ଉପରେ ଘୁ.ଉଦୟଗିରି ବନ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢାଉ ହୋଇଥିଲା । ଏହି ଚଢାଉରେ ଫୁଲବାଣୀ ଡିଏଫଓ ,ଏସିଏଫଓ ମନରଞ୍ଜନ କାଲ ଏବଂ ଫୁଲବାଣୀ ବନବିଭାଗ ମୋବାଇଲ ଟିମ ଏବଂ ସ୍ଥାନୀୟ ବନ ବିଭାଗ ରେଞ୍ଜର ମିନାକ୍ଷୀ କୁମୁରା,ଥାନା ଆଇଆଇସି ଅଜୟ ସ୍ୱାଇଁ ନନ୍ଦଗିରି ସ୍ଥିତ ସଞ୍ଜୀବ ଦିଗାଲଙ୍କ ବେଆଇନ କରତ କଳ ଏବଂ କାଠରେ ନିର୍ମିତ ସାମଗ୍ରୀ ଗଚ୍ଛିତ ଥିବା ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଶାଳ, ଶାଗୁଆନ କାଠ ସାଇଜ ପଟା ସହ କାଠରେ ତିଆରି ସାମଗ୍ରୀ ଜବତ କରିବା ସହ ସଞ୍ଜୀବ ଦିଗାଲଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ ୩୫ ଖଣ୍ଡ ଶାଳ ଏବଂ ପିଆଶାଳ ସାଇଜ ପଟା ୧୮.୭୧ ସିଫ୍ଟ ଜବତ କରିବା ସହ ୧୯ ପ୍ରକାର କାଠ ତିଆରି ସାମଗ୍ରୀ ଜବତ କରାଯିବା ସହ ଅଭିଯୁକ୍ତ ସଞ୍ଜୀବ ଦିଗାଲ ନାମରେ କେଶ ନଂ୯୨/୨୨-୨୩ ରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉ ବେଳେ ଫରେଷ୍ଟର ଶ୍ରୀମତୀ ରଶ୍ମିତା ବକ୍ସି, ଫରେଷ୍ଟର ପ୍ରବୀଣ ଦାଶଙ୍କ ସମେତ ସମସ୍ତ ବନ ବିଭାଗ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।