କଟନି ଛଟନିକୁ ନେଇ ଉଠିଲା ନାହିଁ ମୁଠାଏ ଧାନ, ହାତ ଟେକି ଦେଲା ଏସଏଚ୍‌ଜି ଗ୍ରୁପ

0 376

ନନ୍ଦାହାଣ୍ଡି : ଚଳିତ ବର୍ଷ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥ ପୁର ଓ ଝାଡବନ୍ଧଗୁଡା ପଞ୍ଚାୟତ ନିମନ୍ତେ ଜଗନ୍ନାଥ ପୁର ମା ଭଣ୍ଡାର ଘରଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଧାନ ମଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା । ହେଲେ ଏହି ମଣ୍ଡିରେ ଆରଏମସି ତରଫରୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଚାଷୀ ମାନଙ୍କ ନିମନ୍ତେ କୈାଣସି ପ୍ରାଥମିକ ସୁବିଧା କରାଯାଇ ନ ଥିବା ବେଳେ ମିଲର ଓ ଚାଷୀ ମାନଙ୍କ ମଧ୍ୟରେ କଟନୀ ଛଟନୀକୁ ନେଇ ବିବାଦ ଦେଖା ଦେବା ଯୋଗୁଁ ସନ୍ଧ୍ୟା ସୁଦ୍ଧା ଚାଷୀ ମାନଙ୍କର ଗୋଟିଏ ମଧ୍ୟ ମଞ୍ଜି ଧାନ ଉଠି ପାରିନଥିବା ଜଣାପଡିଛି । ଏ ବାବଦରେ ଏସ୍‌ ଏଚ୍‌ ଜି ଗ୍ରୁପ ମାନେ ମିଲର ଓ ଚାଷୀ ମାନଙ୍କ ଆପସ ବୁଝାମଣାରେ ଧାନ କିଣିବା ପାଇଁ କହି ହାତ ଟେକି ଦେଇଥିଲେ । ଚଳିତ ବର୍ଷ ଧାନ କିଣିବା ନିମନ୍ତେ ଲେମ୍ପ୍‌ କୁ ଦାୟିତ୍ୱ ଦିଆ ନ ଯାଇ ଏସ୍‌ଏଚ୍‌ଜି ଗ୍ରୁପ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ମହାଲଷ୍ମୀ ଏସଏଚଜି ତରଫରୁ ଧାନ ମଣ୍ଡିର ଶୁଭ ଉଦଘାଟନ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀଙ୍କ ଦ୍ୱାରା କରାଯାଇଥିଲା । ଅନ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ , ଜଗନ୍ନାଥ ପୁର ପଞ୍ଚାୟତର ସରପଞ୍ଚ ଭକ୍ତି ଅମାନତ୍ୟ, ନନ୍ଦାହାଣ୍ଡି ସିଡିପିଓ ସୁମିତ୍ରା ଦେବୀ ତ୍ରିପାଠୀ, ନନ୍ଦାହାଣ୍ଡି ବ୍ଲକ ଜୋନ ୨ର ଜିଲ୍ଳା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର ଯୋଗ ଦେଇଥିଲେ । ସାଧାରଣ ଧାନର ମୂଲ୍ୟ କୁଇଣ୍ଟାଲ୍‌ ପ୍ରତି ୨୦୪୦ ଟଙ୍କା ଥିବା ବେଳେ କ ଶ୍ରେଣୀ ଧାନର ମୂଲ୍ୟ ୨୦୬୦ ଟଙ୍କା ରହିଛି । ଧାନ ବିକ୍ରି ନିମନ୍ତେ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇଛି । ମୋବାଇଲରେ ଆସିଥିବା ଟୋକେନ ମେସେଜ ଦେଖାଇ ଚାଷୀ ଧାନ ବିକ୍ରି କରିପାରିବେ । ନନ୍ଦାହାଣ୍ଡି ବ୍ଲକର ସମସ୍ତ ଚାଷୀ ମାନଙ୍କ ନିମନ୍ତେ ବିଜୟଲକ୍ଷ୍ମୀ, ମହାଲକ୍ଷ୍ମୀ, ସରୋଜିନୀ, ଶ୍ରୀ ମା, ଓ ଧରିତ୍ରୀ ଏସ୍‌ ଏଚ୍‌ ଜି ଏହି ଭଳି ୫ ଗୋଟି ଗ୍ରୁପ କୁ ଧାନ କ୍ରୟ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଧାନ ମଣ୍ଡି ରେ ହେଉଥିବା ବିଭିନ୍ନ ସମସ୍ୟା ନ ଉପୁଜେ ତାହା ଉପରେ ଧ୍ୟାନ ଦେବା ପାଇଁ ଅତିଥି ମାନେ କହିଥିଲେ । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଧାନର ମାନ ପରୀକ୍ଷା କରିବା ପରେ ମଣ୍ଡି ରେ ଆସି ଥିବା ମିଲର ମାନେ ଗୋଟିଏ କୁଇଣ୍ଟାଲ ଧାନ ପିଛା ୪ କିଲ କାଟିବାକୁ କହିଥିଲେ କିନ୍ତୁ ସରକାରଙ୍କ କହିବାନୁଯାୟୀ ଧାନ ମଣ୍ଡିରେ କଟନୀ ଛଟନୀ ହୋଇପାରିବ ନାହିଁ ।ଏହାକୁ ନେଇ ଅଞ୍ଚଳର ଚାଷୀ କମିଟି ଓ ଚାଷୀ ମାନେ ବିରୋଧ କରିଥିଲେ । ଅନ୍ୟ ବ୍ୟତିକ୍ରମ ଦେଖିବାକୁ ଗଲେ ମଣ୍ଡିରେ ଧାନ ରଖିବା ନିମନ୍ତେ ଛୋଟ ପିଣ୍ଡି ଟିଏ ଅଛି କିନ୍ତୁ ତାହା ଆବର୍ଜନା ପୂର୍ଣ୍ଣ , ଆରଏମସି ତରଫରୁ ଚାଷୀଙ୍କ ନିମନ୍ତେ ପିଇବା ପାଣିର ସୁବିଧା କରାଯାଇ ନାହିଁ । ମଣ୍ଡିରେ ଆଜି ଚାରି ହଜାର ପ୍ୟାକେଟ ଧାନ ଥିବା ବେଳେ ମିଲର ମାନେ ଧାନ ନ ଉଠାଇବା ଯୋଗୁଁ ଧାନ ରାତିରେ ପଡି ରହିବ କିନ୍ତୁ ଆରଏମସି ତରଫରୁ ରକ୍ଷଣାବେକ୍ଷଣା ନିମନ୍ତେ ଏହାର କୌଣସି ବ୍ୟବସ୍ଥା କରାଯାଇନାହିଁ ଯେମିତି କି ଜଗୁଆଳି , ଲାଇଟ୍‌ ଓ ପାଲ ବ୍ୟବସ୍ଥା କିନ୍ତୁ ଏହାର କୌଣସି ବ୍ୟବସ୍ଥା ନ କରି ଦ୍ୱିପହର ଚାରିଟା ସମୟରେ ଆରଏମସିର କର୍ମଚାରୀ ମାନେ ସେଠାରୁ ଚାଲିଯାଇଥିଲେ । ଏ ପରି ବ୍ୟବସ୍ଥାକୁ ଚାଷୀ କମିଟି ର ସଭାପତି ବିଶ୍ୱଜିତ ହିଆଲ , ଉପସଭାପତି ଭୋଜମୋନ ବିଷୋୟୀ , ସଂପାଦକ ସୁରଜ୍‌ ବାଙ୍କିଆ ଓ ସେହି ଅଞ୍ଚଳର ଚାଷୀ ମାନେ ନିନ୍ଦା କରିଛନ୍ତି । ଆଜି ଏହି ଧାନ ମଣ୍ଡିରେ ଦୁଇ ହଜାର କୁଇଣ୍ଟାଲ ଧାନ କିଣିବା ଟାର୍ଗେଟ ଥିବାବେଳେ ୧୦ ଗୋଟି ମିଲରଙ୍କୁ ଧାନ କିଣିବା ପାଇଁ କୁହାଯାଇଥିବା ବେଳେ ମାତ୍ର ଚାରି ଗୋଟି ମିଲେର ସେଠାରେ ଉପସ୍ଥିତ ଥିଲେ । ଆଜି ଉଦଘାଟନ ଅବସରରେ ଚାଷୀ କମିଟି ତରଫରୁ ବ୍ଲକ ଯୋଗାଣ ଅଧିକାରୀ ଜରିଆରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ୧୩ ଦଫା ଦାବିପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

three × one =