ହରଭଙ୍ଗା ବ୍ଲକର ଦୁଇଟି ସ୍ଥାନରେ ସୁଲଭ ଶୌଚାଳୟ ପାଇଁ ଦାବି

0 118

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ଓ ବ୍ଲକର ବାଣିଜ୍ୟ ପେଣ୍ଠସ୍ଥଳୀ କୁହାଯାଉଥିବା ପୁରୁଣା କଟକ ବଜାରରେ ଏକ ପରିସ୍ରାଗାର କିମ୍ବା ସୁଲଭ ଶୌଚାଳୟ ନଥିବା ଫଳରେ ଜନସାଧାରଣରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ବ୍ଲକର ଚାରିଛକ ସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟ ରହୁଥିବା ବେଳେ କୋଣ ଅନୁକୋଣରୁ ଦୈନିକ ଶହଶହ ଲୋକ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି ଏବଂ ପୁରୁଣା କଟକ ବଜାର ବାଣିଜ୍ୟ କ୍ଷେତ୍ରରେ ସବୁବେଳେ ଜନଗହଳି ଲାଗିରହୁଥିବା ଏବଂ ବ୍ଲକର ଅଧିକାଂଶ ଜନସାଧାରଣ ସକାଳ ପାଇଲେ ବାଣିଜ୍ୟ ପାଇଁ ଆସୁଥିବା ବେଳେ କଲେଜ ଶିକ୍ଷା ପାଇଁ ଛାତ୍ରଛତ୍ରୀ ମାନେ ପୁରୁଣା କଟକ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏହି ଦୁଇ ସ୍ଥାନରେ ନା ଅଛି ପରିସ୍ରାଗାର, ନା ଅଛି ସୁଲଭ ଶୌଚାଳୟ । ଯାହାକି ଜନସାଧାରଣ ସହିତ ଉଚ୍ଚ ଶିକ୍ଷିତ ଛାତ୍ର ଛାତ୍ରୀ ବହୁ ଲଜ୍ଜ୍ୟାର ସମ୍ମୁଖୀନ ହେଉଥିବା ବେଳେ ବିଶେଷ କରି ମହିଳା ମାନେ ବଡ଼ ସମସ୍ୟାରେ ପଡୁଥିବା ଅଭିଯୋଗ ହେଉଛି । ସୂଚନା ଥାଉକି ଚାରିଛକ ସ୍ଥିତ ଏକ ଶୌଚାଳୟ ଥିଲେ ମଧ୍ୟ ତାର ରକ୍ଷଣବେକ୍ଷଣ ଅଭାବରୁ ତାହା ଭଙ୍ଗିରୁଜି ନଷ୍ଟ ହୋଇ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏପଟେ ପୁରୁଣା କଟକ ଠାରେ ନୂତନ ବସଷ୍ଟଣ୍ଡର କାର୍ଯ୍ୟ ଚାଳୁଥିଲେ ମଧ୍ୟ କାର୍ଯ୍ୟ ଧୀର ମନ୍ଥର ଗତିରେ ଚାଲୁଥିବାରୁ ତାହା କେବେ ସରିବ ଜନସାଧାରଙ୍କୁ ଅଜ୍ଞ । ଅନ୍ୟପଟେ ଦିନକୁ ଦିନ ବ୍ଲକର ଏହି ଦୁଇ ପ୍ରମୁଖ ସ୍ଥାନ ଜନ ଗହଳି ବଢ଼ୁଥିବା ବେଳେ ଏହା ୫୭ନମ୍ବର ଜାତୀୟ ରାଜପଥ କଡ଼ରେ ଥିବାରୁ ଅତ୍ୟଧିକ ଯାନବାହନ ଯାତାୟତ କରୁଛି । କିନ୍ତୁ କୌଣସି ସ୍ଥାନରେ ପରିସ୍ରାଗାର କିମ୍ବା ଶୌଚାଳୟ ନଥିବାରୁ ଲୋକମାନେ ବାଧ୍ୟ ହୋଇ ରାସ୍ତା କଡ଼, କାନ୍ଥ ବାଡ଼ରେ ପରିସ୍ରା ଯିବାକୁ ବାଧ୍ୟ ହେଉଛନ୍ତି । ସରକାର ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଜନସାଧାରଣଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉନଥିବାରୁ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏକ ପ୍ରଶ୍ନ ଉଠୁଛି । ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳର ସମାଜସେବୀ ତଥା ପରିବେଶବିତ ସୁକାନ୍ତ ପଟ୍ଟନାୟକ, ସୁରେନ ପ୍ରଧାନ, ହିମାଂଶୁ ସାହୁ, ଚିତ୍ତ ସିଂ, ବାସୁଦେବ ସାହୁ, ଛତିଶ ବେହେରା, ସୁଶାନ୍ତ କୁମାର ବେହେରା, ବିଭୁଦତ୍ତ ବୋଷ, ତୁଷାରକାନ୍ତ ସାହୁ ପ୍ରମୁଖ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 9 =