ନିର୍ବାଚନୀ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ : ଡିଜିପି

0 105

ଭୁବନେଶ୍ୱର: ନିର୍ବାଚନ ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ପୋଲିସ କୋହଳ ମନୋଭାବ ନଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ନିର୍ବାଚନ ସମୟରେ ଗୋଟିଏ ଦୁଇଟି ସ୍ଥାନରେ ହିଂସା ହୋଇଛି । ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଅନ୍ୟ ପର୍ଯ୍ୟାୟରେ ଭୋଟିଂ କିଭଳି ଶାନ୍ତିପୂର୍ଣ୍ଣ ହେବ ତାହା ଦେଖିବୁ ବୋଲି କହିଛନ୍ତି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ନିର୍ବାଚନୀ ହିଂସା ନେଇ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି ।ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପୋଲିସ ଡିଜି ସୁନୀଲ କୁମାର ବଂଶଲ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one + nineteen =