ରାମେଶ୍ୱର ଶୈବପୀଠରେ ସାମୂହିକ ବ୍ରତୋପନୟନ

0 146

ସୁବର୍ଣ୍ଣପୁର: ପବିତ୍ର ମହାଶିବରାତ୍ରି ଦିନ ସୋନପୁରର ପ୍ରସିଦ୍ଧ ଶ୍ରୀ ରାମେଶ୍ୱର ଶୈବପୀଠଠାରେ ଏକ ସାମୂହିକ ବ୍ରତୋପନୟନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ୩୩ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ସୋନପୁରର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ କରି ଆସୁଛନ୍ତି । ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର ପାଞ୍ଚରୁ ସାତ ଜଣ ଅତି ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଚଳିତ ବର୍ଷ ସୋନପୁର ପଟାଭାଡ଼ି ର ଶିବରାମ ପଣ୍ଡାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର , ଖାରି ଗାଁର ପ୍ରଶାନ୍ତ ରଥଙ୍କ ପୁତ୍ର ସମୀର, ଖରଝୁରା ଗାଁର ସତ୍ୟ ପଣ୍ଡାଙ୍କ ପୁତ୍ର କାହ୍ନା, ବୃନ୍ଦାବନ ମହାପାତ୍ରଙ୍କ ପୁତ୍ର ବରୁଣ ଓ ସରଗୁଣା ମୁଣ୍ଡାର ଶଙ୍କର ଦାଶଙ୍କ ପୁତ୍ର ଚନ୍ଦନଙ୍କ ସମେତ ୫ ଜଣ ଗରିବ ଶ୍ରେଣୀର ବାଳକଙ୍କୁ ସାମୂହିକ ବ୍ରତ କରାଯାଇଛି । ଏହି ବ୍ରତୋପନୟନ ଉତ୍ସବରେ ପ୍ରତି ବର୍ଷ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆସୁଥିବା ବେଳେ ଏବର୍ଷ ସୁବର୍ଣ୍ଣପୁରର ଏସପି ସୀତାରାମ ଶତପଥିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ, ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ବାଳବ୍ରହ୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଆର୍ଶୀବାଦ ପ୍ରଦାନ କରି ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୂହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ ବୋଲି ମତ ରଖି ଏହି ଉତ୍ସବର ଆୟୋଜକ ଶ୍ରୀ ମଲ୍ଲିକଙ୍କ ବଦାନ୍ୟତା ଓ ମହାନତା ପାଇଁ ମା ସୁରେଶ୍ୱରୀଙ୍କ ଆଶୀର୍ବାଦ ସବୁବେଳେ ତାଙ୍କ ଉପରେ ଥାଉ ବୋଲି ସମସ୍ତେ ତାଙ୍କୁ ସାଧୁବାଦ ଦେଇଥିଲେ । ଶ୍ରୀ ମଲ୍ଲିକ ମଧ୍ୟ ସବୁବେଳେ ମା ସୁରେଶ୍ୱରୀଙ୍କ ଭକ୍ତ ଭାବେ ଆହୁରି ଶକ୍ତି ଓ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

hiranchal ad1
Leave A Reply

Your email address will not be published.

13 + 17 =