ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ଗିରଫ ଘଟଣା, ପ୍ରତିପକ୍ଷଙ୍କୁ ଗିରଫ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ବିଜେଡି କର୍ମୀ

0 305

ପାଟଣାଗଡ଼ ; ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ବ୍ଲକ ପରିସରରେ ଗଣ୍ଡଗୋଳ ଘଟଣାରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଦୁଇଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ପ୍ରତିପକ୍ଷଙ୍କ ବିରୁଦ୍ଧରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପାଟଣାଗଡ଼ ଥାନାଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ପାଟଣାଗଡ଼ ବିଜେଡି କର୍ମୀ ଓ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି । ପାଟଣାଗଡ଼ ଥାନା ଅଧିକାରିଣୀ ତାରାବତୀ ପଧାନଙ୍କୁ ଭେଟି ଦାବିପତ୍ର ଦେଇଥିବା ବେଳେ ପୋଲିସ ଆଇନ ଅନୁସାରେ କାର୍ଯ୍ୟକରୁଛି ବୋଲି କହିଛନ୍ତି ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଜାରୀ ।

hiranchal ad1
Leave A Reply

Your email address will not be published.

19 + seven =