ପଞ୍ଚାୟତ ନିର୍ବାଚନରେ ସିଟ୍‌ ସଂଖ୍ୟା କମିଛି କିନ୍ତୁ ଦଳ ପ୍ରତି ଜନସମର୍ଥନ କମିନାହିଁ : ସମୀର ମହାନ୍ତି

0 100

ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଘୋଷଣା ହୋଇଥିବା ଫଳାଫଳକୁ ଆମେ ନମ୍ରତାର ସହ ସ୍ୱୀକାର କରୁଛୁ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ପଂଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ପଂଚାୟତ ନିର୍ବାଚନରେ ସିଟ୍‌ ସଂଖ୍ୟା କମିଥିଲେ ମଧ୍ୟ ଦଳ ପ୍ରତି ଜନସମର୍ଥନ କମିନାହିଁ । ଏହି ନିର୍ବାଚନରେ ଦଳକୁ ୬୩ ଲକ୍ଷ ୨୩ ହଜାର ୭୪୬ ଭୋଟ୍‌ ମିଳିଛି, ଯାହା ମୋଟ ଭୋଟର ୩୦.୦୭ ପ୍ରତିଶତ । ଦଳ ଉପରେ ଭରସା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି । ନିର୍ବାଚନରେ ଆମ ଦଳର ଅକ୍ଳାନ୍ତ ପରିଶ୍ରମ କରିଥିବା କାର୍ଯ୍ୟକର୍ତାଙ୍କୁ ସାଧୁବାଦ । ଏହା ସହ ନିର୍ବାଚନରେ ବିଜୟ ଲାଭ କରିଥିବା ପ୍ରାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଉଛି । ନିର୍ବାଚନ ସମୟରେ ସଂଗ୍ରାମ କରି ବଳିଦାନ ଦେଇଥିବା କାର୍ଯ୍ୟକର୍ତା ଓ ଆହତ ହୋଇଥିବା କାର୍ଯ୍ୟକର୍ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାଜ୍ୟ ସଭାପତି ।ସେ କହିଛନ୍ତି ଓଡ଼ିଶାର ଜନସାଧାରଣଙ୍କ ସାଙ୍ଗରେ ଆମେ ଅଛୁ ଓ ଆଗକୁ ମଧ୍ୟ ରହିବୁ । ପଂଚାୟତ ନିର୍ବାଚନରେ ମିଳିଥିବା ଫଳାଫଳକୁ ଆମେ ଗୁରୁତ୍ୱର ସହ ସମୀକ୍ଷା କରିବୁ । ଦଳର ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରିବୁ । କଣ କଣ ଭୁଲ ହେଲା ତାହାର ନିଖୁଣ ତର୍ଜମା କରି ଏ ଦିଗରେ ଆଗାମୀ ଦିନର ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରାଯିବ । ଦଳ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବ । ଆସନ୍ତା ପୌର ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି ଓ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ।
ବିଜେପି ଓଡ଼ିଶାର ବିକାଶ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସମୃଦ୍ଧି ପାଇଁ ଲଢେ଼ଇ କରୁଛି ଏବଂ ଆଗକୁ ମଧ୍ୟ କରୁଥିବ । ବିଜେପି ଓଡ଼ିଶାରେ ରାଜନୈତିକ ପରିବର୍ତନ ପାଇଁ ନିରନ୍ତର ସଂଗ୍ରାମ ଜାରୀ ରଖିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

hiranchal ad1
Leave A Reply

Your email address will not be published.

18 + 19 =