ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ଜି. ତିରୁପତି ରାଓ

0 99

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ବିଜୁ ଜନତା ଦଳର ଜୋନ ଦୁଇରୁ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ଏ. ତିରୁପତି ରାଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସକାଶେ ନାମାଙ୍କନପତ୍ର ଦାଖଲ କରିଥିଲେ । ଅଉ କୌଣସି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପାର୍ଥିପତ୍ର ଦାଖଲ କରି ନ ଥିବାରୁ ସେ ନିର୍ଦ୍ୱନ୍ଦରେ ବିଜୟ ଲାଭ କରିଛନ୍ତି । ପ୍ରକାଶ ଥାଉ କି ଗଜପତି ଜିଲ୍ଲାରେ ୧୪ ଜିଲ୍ଲା ପରିଷଦ ଜୋନ୍‌ ରୁ ବିଜେଡି ୧୧ ଗୋଟି , ବିଜେପି ଗୋଟିଏ ଓ କଂଗ୍ରେସ ଦୁଇ ଗୋଟି ବିଜୟ ଲାଭ କରିଥିଲେ । ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ତେଣୁ ନିର୍ଦ୍ୱନ୍ଦରେ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଳୀୟ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ । ନବ ନିର୍ବାଚିତ ଅଧ୍ୟକ୍ଷ ଓ ପର୍ଯ୍ୟବେକ୍ଷକ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳକୁ ଅକୁଣ୍ଠ ସମର୍ଥନ ଜଣାଇ ଥିବାରୁ ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ ବିକାଶ ମୂଳକ ପଦକ୍ଷେପ ଗୁଡିକକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ ବୋଲି ନିଜ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ନିର୍ବାଚିତ ହେବା ପରେ ନବ ନିର୍ବାଚିତ ଅଧ୍ୟକ୍ଷଙ୍କୁ ବିଜେଡି ପକ୍ଷରୁ ପୁଷ୍ପମାଳ ଓ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବରିଷ୍ଠ ବିଜେଡି ନେତା ଡକ୍ଟର ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ବହୁ ବିଜେଡି କର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

fifteen + 10 =