ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର ଇଭିଏମ ତ୍ରୁଟି

0 59

ନବରଙ୍ଗପୁର: ନବରଙ୍ଗପୁର ନିର୍ବାଚନ ପରିଚାଳନାରେ ସାଙ୍ଘାତିକ ତ୍ରୁଟି । ଇଭିଏମ ମେସିନରେ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀନିଙ୍କ ନାମ ବଦଳରେ ରହିଲା ନବରଙ୍ଗପୁର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ । ଉମରକୋଟ ପୌର ପରିଷଦ ଆଠ ନମ୍ୱର୍‌ ୱାର୍ଡ଼ ଅନ୍ତର୍ଗତ ଚଉଦ ନମ୍ୱର୍‌ ବୁଥରୁ ଆସିଛି ଏହି ଅଭିଯୋଗ । ବୁଥର ଇଭିଏମ ମେସିନ ରେ ଏହି ପରିଚଳନା ଗତ ତ୍ରୁଟି ଦେଖାଦେଇଛି । ଭୋଟ ଗ୍ରହଣ ଚାଲିଥିବାର ଦୁଇ ଘଣ୍ଟା ସମୟ ପରେ ଏହି ତ୍ରୁଟି ସାମନାକୁ ଆସିଥିଲା । ଇଭିଏମରେ ଏହି ତ୍ରୁଟି ନଜରକୁ ଆସିଥିବା ବେଳେ ପ୍ରାୟ ୩୯୨ ଜଣ ଭୋଟର ଭୋଟ ଦେଇସାରିଥିଲେ । ଇଭିଏମରେ ସମସ୍ତ ଚିହ୍ନ ସମାନ ଥିଲେ ମଧ୍ୟ ଉମରକୋଟ ପୌରାଧ୍ୟକ୍ଷା ପ୍ରାର୍ଥୀନୀଙ୍କ ବଦଳରେ ନବରଙ୍ଗପୁର ପ୍ରାର୍ଥୀଙ୍କ ନାମ ଥିବା ଯୋଗୁଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଅଧ୍ୟକ୍ଷ ପଦ ନିମନ୍ତେ ଭୋଟ ଗ୍ରହଣକୁ ବାତିଲ କରିଛନ୍ତି ନିର୍ବାଚନ ଅଧିକାରୀ । ଆସନ୍ତାକାଲି ଏଠାରେ ଆଉଥରେ ପୁଣି ଭୋଟ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 9 =