ରାଇକିଆ ବ୍ଲକରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ୨୦୦ ୟୁନିଟ ବିଜୁଳି ଦେୟ ମୁକ୍ତ ପାଇଁ ବୈଠକ

0 125

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପକ୍ଷରୁ ସ୍ଥାନୀୟ ବ୍ଲକ ସଭାପତିଙ୍କ ସଭାପତିତ୍ୱରେ କାମାଗୁଡ଼ା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆମ୍‌ ଆଦମୀ ପାର୍ଟି କ’ଣ ଓ କ’ଣ କ’ଣ କାମ କରୁଛି ଓ ଆମ୍‌ ଅଞ୍ଚଳରେ, ଜିଲ୍ଲାରେ, ରାଜ୍ୟରେ ଆମ୍‌ ଆଦମୀ ପାର୍ଟି ଆସିବା ଦରକାର କି ? ଏହି ପରି ଅନେକ ବିଷୟ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆମ୍‌ ଆଦମୀ ପାର୍ଟିର ଜିଲ୍ଲା ସଭାପତି ବଳରାମ ଦିଗାଲ ଉପସ୍ଥିତ ରହି ଆମ୍‌ ଆଦମୀ ପାର୍ଟି ବିଷୟରେ ବା କେଜରିୱାଲ ସରକାରଙ୍କ ବିଷୟରେ ଅବଗତ କରାଇଥିଲେ । ଏହି ଆପ ପାର୍ଟି ସଦାସର୍ବଦା ଜନ ହିତରେ କାର୍ଯ୍ୟ କରୁଛି । ଯେପରି ଦିଲ୍ଲୀରେ କେଜରିୱାଲ ସରକାର କିପରି ଶିକ୍ଷା,ସ୍ୱାସ୍ଥ୍ୟ,ଓ ବିଜୁଳି, ମହିଳା ମାନଙ୍କ ନିମନ୍ତେ ସୁବିଧା କରିଛନ୍ତି ତାହା ଉପସ୍ଥାପନା କରିଥିଲେ । ଆମ ରାଜ୍ୟ ସରକାର ମଧ୍ୟ ଦିଲ୍ଲୀ ସରକାରଙ୍କ ପରି ବିଜୁଳି ୨୦୦ ୟୁନିଟ ମୁକ୍ତ କରନ୍ତୁ ବୋଲି ଦାବି ଉପସ୍ଥାପନା କରିବା ପାଇଁ ପ୍ରକାଶ କରିଥିଲେ ଓ ଅନେକ ଲୋକେ ଏହି ଦାବିକୁ ସ୍ୱାଗତ କରିବା ସହିତ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । କନ୍ଧମାଳ ଜିଲ୍ଲାରେ ୨୦୦ୟୁନିଟ ବିଜୁଳି ମୁକ୍ତ ପାଇଁ ଦସ୍ତଖତ ଅଭିଯାନ ଆନ୍ଦୋଳନ ଚାଲୁ ରହିଥିବା ବେଳେ ରାଇକିଆ ଠାରେ ଆଜି କାମାଗୁଡ଼ା ଠାରେ ଅନେକ କର୍ମୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି । ଶେଷରେ ଆମ ଆଦମୀ ପାର୍ଟିରେ ବିଭିନ୍ନ ଅଞ୍ଚଳରୁ ନୂତନ କର୍ମୀମାନେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ଜିଲ୍ଲା ସଭାପତି ସ୍ୱାଗତ ଜଣାଇଥିଲେ । ଆଗାମୀ ଦିନମାନଙ୍କରେ ବିଜୁଳି ଆନ୍ଧଳନ ତୀବ୍ର କରିବା ପାଇଁ ଆଲୋଚନା କରିଥିଲେ, ଯେପରି ଘରେ ଘରେ ଆପ ପାର୍ଟି ପହଞ୍ଚି ଏହି ଦସ୍ତଖତ ଅଭିଯାନରେ ସାମିଲ ହେବା ପାଇଁ ଲୋକମାନଙ୍କୁ କହିବେ ବୋଲି ସଭାପତି ପ୍ରକାଶ କରିବା ସହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସମାପ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − 1 =