ଧୁମଧାମରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଯାତ୍ରା ସଂପନ୍ନ

0 130

ଫୁଲବାଣୀ : ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ଯାତ୍ରା ମହା ଆଡ଼ମ୍ବରରେ ଆୟୋଜିତ ହୋଇ ସଂପନ୍ନ ହୋଇଥିଲା । ଶୀତଳଷଷ୍ଠୀ ଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ପିଅନପଡ଼ା ସ୍ଥିତ ମୁକ୍ତେଶ୍ଵର ମହାଦେବ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଦେବ ଦମ୍ପତିଙ୍କ ବିବାହରେ ଉତ୍ସବରେ ହଜାର ହଜାର ଭକ୍ତ ସାମିଲ୍ ହୋଇ ମନ୍ଦିରରୁ ପଟୁଆରରେ ବାହାରି ସମଗ୍ର ସହର ପରିକ୍ରମା କରିଥିଲେ । କନ୍ୟା ପିତା ଭାବେ ପି. ସୁଧାଂଶୁ ସେନାପତି ଓ ମହାଦେବଙ୍କ ପିତା ଭାବେ ଶିବ ପ୍ରସାଦ ପଣ୍ଡା ଦାୟିତ୍ବ ତୁଲାଇଥିଲେ । ସନ୍ଧ୍ୟାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ପରିସରେ ସଙ୍ଗୀତ ସାଧନା ଅନୁଷ୍ଠାନ ଦ୍ବାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆୟୋଜିତ ସଭାରେ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ପାୟଲ ବେହେରା, ଆଦର୍ଶ ଥାନା ଅଧିକାରୀ ପି. ସ୍ବରୁପ କିଷନ ଏବଂ ଅନ୍ୟ ପୁଲିସ୍ ଅଧିକାରୀ ଯୋଗ ଦେଇଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ବାବୁଜାନ ପେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଶିନୁ ପଟନାୟକ, କୋଷାଧ୍ୟକ୍ଷ ଗିରିଜା ପ୍ରସାଦ ପଟ୍ଟନାୟକ ଓ ବରିଷ୍ଠ ସଦସ୍ୟ ଲଡ଼ କିଶୋର ମିଶ୍ର, ରଞ୍ଜନ ମହାନ୍ତି, ପ୍ରଭାତ ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ପରିଚାଳନାରେ କୁନା ମହାନ୍ତି, ବୁଢା ଦାସ, ମୁନା ଦାସ, ଲିଟୁ ପଟନାୟକ, ଅସିତ୍ ମେକପଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ଏବଂ ସାହି ବାସିନ୍ଦା ସହଯୋଗ କରିଥିଲେ।

hiranchal ad1
Leave A Reply

Your email address will not be published.

eight − 5 =