ଜଣଙ୍କର ଭୁଲ ପାଇଁ ସମଗ୍ର ଓଡ଼ିଶା ପୁଲିସକୁ ବଦନାମ କରିବା ନିନ୍ଦନୀୟ

0 110

ସମ୍ବଲପୁର: ଗତ ରବିବାର ୨୭ ଜାନୁଆରୀ ଦିନ ଜଣେ ପୁଲିସ କର୍ମଚାରୀଙ୍କ ଗୁଳିରେ ରାଜ୍ୟ ସରକାରଙ୍କ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ନିଶ୍ଚିତ ରୂପେ ନିନ୍ଦନୀୟ, କିନ୍ତୁ ଏଥିପାଇଁ ସମଗ୍ର ଓଡ଼ିଶା ପୁଲିସକୁ ବଦନାମ କରିବା କଦାପି ଗ୍ରହଣୀୟ ନୁହେଁ ବୋଲି ଓଡ଼ିଶା ପୁଲିସ ସିପାହୀ ଓ ହାବିଲଦାର ସଂଘ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ସ୍ଥାନୀୟ ପୁଲିସ ଲାଇନ୍ସରେ ସଂଘର କାର୍ଯ୍ୟାଳୟ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ଆମନ୍ତ୍ରିତ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ସଂଘ ସଭାପତି ହାବିଲଦାର ରାମଦାସ ପଣ୍ଡା କହିଛନ୍ତି ଯେ ୪.୫ କୋଟି ରାଜ୍ୟବାସୀଙ୍କ ସେବା ଓ ସୁରକ୍ଷାକୁ ନେଇ ଓଡ଼ିଶା ପୁଲିସ ସଦା ସର୍ବଦା ସକ୍ରିୟ ରହିଛି । ଏପରିକି ନିଜ କର୍ତ୍ତବ୍ୟ ପାଳନ ସମୟରେ ନିଜ ପ୍ରାଣକୁ ଭୃକ୍ଷେପ ନକରି ୧୪୦ ଜଣ ପୁଲିସ କର୍ମଚାରୀ ସହୀଦ ହୋଇଛନ୍ତି । ଏତଦବ୍ୟତୀତ ଗତ ମହାମାରୀ କରୋନା ସମୟରେ ୬୩ ଜଣ ପୁଲିସ କର୍ମଚାରୀଙ୍କ ବଳିଦାନକୁ ସ୍ମରଣ କରିବା ପରିବର୍ତ୍ତେ ସମ୍ବଲପୁର ବିଧାୟକ ତଥା ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ଏଭଳି ମନ୍ତବ୍ୟ ସର୍ବଦା ନିନ୍ଦନୀୟ । ଏହା ସହିତ ସେ ତାଙ୍କ ଏହି ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।

hiranchal ad1
Leave A Reply

Your email address will not be published.

16 − 14 =