ମେଘପାଳ ପଞ୍ଚାୟତରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

0 115

ସମ୍ବଲପୁର: ସ୍ଥାନୀୟ ଯୁଯୋମୁରା ବ୍ଲକ୍‌ ଅନ୍ତର୍ଗତ ମେଘପାଳ ପଞ୍ଚାୟତରେ ଆଜି ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଯୁଗର ନବ ନିର୍ମାତା ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ୧୦୭ ତମ ସ୍ୱନକ୍ଷତ୍ର ଦିବସ ଅବସରରେ ତାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇ ଉତ୍ସବ ପାଳିତ ହୋଇଥିଲା । ସରପଞ୍ଚ ମମତା ପ୍ରଧାନ ସଭାରେ ପୌରହିତ୍ୟ କରିଥିଲେ । ଆୟୋଜିତ ଏହି ସଭାରେ ପଞ୍ଚାୟତର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅଧିକାରୀମାନଙ୍କ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ପଦାଧିକାରୀ ଓ ସଭ୍ୟା ଯୋଗଦେଇ ଗ୍ରାମାଞ୍ଚଳରୁ ଦାରିଦ୍ର ଦୂରୀକରଣ, ଭିତ୍ତିଭୂମି ବିକାଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସେବାରେ ନିଜ ପଞ୍ଚାୟତକୁ ବିକଶିତ କରି ଓଡିଶାକୁ ଏକ ପ୍ରଗତିଶୀଳ ଓ ରୂପାନ୍ତରିତ ନୂଆଁ ଓଡିଶାରେ ପରିଣତ କରିବାକୁ ସଂକଳ୍ପ ନେଇଥିଲେ । ଉତ୍କଟ ଦାରିଦ୍ର୍ୟ, ଭୋକ ଓ ଅନାହାରରୁ ନିଜକୁ ମୁକ୍ତ ରଖି ଏକ ନିରାପଦ ଓ ନିରାପତ୍ତାପୂର୍ଣ୍ଣ ପଞ୍ଚାୟତ ଗଠନ କରି ସମଗ୍ର ଓଡିଶାରେ ଏକଦା ଅଶାନ୍ତ ରହୁଥିବା ମେଘପାଳ ପଞ୍ଚାୟତକୁ ସମସ୍ତଙ୍କ ମିଳିତ ଉଦ୍ୟମରେ ସମସ୍ତ ଦିଗରୁ ଏ ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଗତିପୂର୍ଣ୍ଣ ପଞ୍ଚାୟତ ହିସାବରେ ରୂପାନ୍ତିତ କରାଯାଇପାରିବ ସେ ଦିଗରେ ସମିତି ସଦସ୍ୟା ଲିଲିମା ଧୁରୁଆ, ଜିଆରଏସ ପ୍ରମିତା ପ୍ରଧାନ, ଏମବିକେ ଲତାରାଣୀ ସାହୁ,ମହାସଂଘ ସଭାପତି ରଜନୀ ସାହୁ ଓ କାର୍ଯ୍ୟକାରିଣୀ ସମିତି ସଭ୍ୟାମାନେ ବିଭିନ୍ନ ମତ ଓ ପରାମର୍ଶ ଦେଇଥିଲେ । ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ମେଘପାଳ ପଞ୍ଚାୟତକୁ ଏକ ସମୃଦ୍ଧ, ସଶକ୍ତ, ବିକଶିତ ଓ ସ୍ୱାଭିମାନୀ ପଞ୍ଚାୟତ ଭାବେ ଗଢି ତୋଳିବା ପାଇଁ ପଞ୍ଚାୟତର ସ୍ୱାର୍ଥ, ସ୍ୱାଭିମାନ ରକ୍ଷା ସହିତ ପଞ୍ଚାୟତର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ନିର୍ଭିକତାର ସହିତ ସଂଗ୍ରାମ ଅବ୍ୟାହତ ରଖାଯାଇ ପାରିବା ଦିଗରେ ସମସ୍ତେ ସୁଚିନ୍ତିତ ମତାମତ ରଖିଥିଲେ । ଶେଷରେ ଜିଆରଏସ୍‌ ପ୍ରମିତା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ହୃଦାନନ୍ଦ ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − 5 =