ଗଜପତିରେ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ

0 91

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇଥିବାରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତମାନେ ସକାଳୁ ନଡ଼ିଆ, କଦଳୀ,ଧୂପ ଦୀପ ଧରି ଶୈବ ମନ୍ଦିରରେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । ସେହିପରି ସହରର ରାମଲିଙ୍ଗେଶ୍ୱର, ଧବଳେଶ୍ୱର, ମଲ୍ଲିକେଶ୍ୱର, ଗୋକୋନେଶ୍ୱର ମନ୍ଦିର ଗୁଡିକରେ ଭକ୍ତମାନେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । କାର୍ତ୍ତିକ ମାସ ଏକ ଧର୍ମ ମାସ ହୋଇଥିବାରୁ ବିଭିନ୍ନ ମନ୍ଦିରକୁ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି । କାର୍ତ୍ତିକ ମାସରେ ଶିବଙ୍କୁ ଉପାସନା କଲେ ସକଳ ରିଷ୍ଟ ଖଣ୍ଡନ ହୁଏ ବୋଲି ଲୋକ କଥା ରହିଛି । ଏହି ମାସରେ ପ୍ରଭୁ ଭୋଳା ଶଙ୍କରଙ୍କୁ ଉପାସନା କଲେ ଦୁଃଖ କଷ୍ଟ ରୋଗ ଶୋକ ଦୂର ହୁଏ ବୋଲି ବିଶ୍ୱାସ ରହିଛି ।

hiranchal ad1
Leave A Reply

Your email address will not be published.

three × four =